Heavy rain fall in Puri: ଦୁଇଦିନ ହେଲା ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ଜିବନ ଯାତ୍ରା। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି। ବଡଦାଣ୍ଡରେ ଲହଡି ଖେଳୁଛି ବର୍ଷା ଜଳ।  ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ପାଣି। ଭକ୍ତ ଦର୍ଶନ ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସିଂହଦ୍ଵାର ସମ୍ମୁଖରେ ସ୍ୱତନ୍ତ୍ର ସେଡ୍ ନଥିବାରୁ ପ୍ରବଳ ବର୍ଷାରେ ଭିଜିଛନ୍ତି ଭକ୍ତ। ବର୍ଷାଦାଉରୁ ରକ୍ଷା ପାଇବା ପାଇଁ ବଡଦାଣ୍ଡରେ ନାହିଁ ସେଭଳି ବ୍ଯବସ୍ଥା। 


COMMERCIAL BREAK
SCROLL TO CONTINUE READING

ଭକ୍ତମାନେ ଭିଜିଭିଜି ଦର୍ଶନ କରୁଛନ୍ତି। ସେପଟେ ଶ୍ରୀକ୍ଷେତ୍ରରେ ୪୫ ମିଲିମିଟର ବର୍ଷା ରେକର୍ଡ । ବଡ଼ଦାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି ।ଆଜି ବି ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ। ଜିଲ୍ଲାରେ ୮୨୨ ମିଲିମିଟର ବର୍ଷା ରେକର୍ଡ କରାଯିବା ସହ ହାରାହାରି ପ୍ରତିଶତ ୬୮ ଦଶମିକ ୫ ରହିଛି ।କୋଣାର୍କ ରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅସ୍ତରଙ୍ଗ ରେ ୫୪, ବ୍ରହ୍ମଗିରିରେ ୩୧,ଡେଲାଙ୍ଗ ୬୯,ଗୋପ ୭୪,କାକଟପୁରରେ ୪୯ ,କଣାସ ରେ ୬୩, କୃଷ୍ଣ ପ୍ରସାଦରେ ୫୭,ନିମାପଡ଼ା ୭୫,ପିପିଲି ୧୦୫,ପୁରୀରେ ୪୫,ସତ୍ୟବାଦୀ ରେ ୭୨ ଓ କୋଣାର୍କ ଏନ୍ ଏ ସି ରେ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପୁରୀ ସହରର ବଡ଼ଦାଣ୍ଡ,ଭି ଆଇ ଇ ପି ରୋଡ,ସୁବାସ ବୋଷ ଛକ ବେଳାଭୂମି ମାର୍ଗ ଇତ୍ୟାଦି ତଳିଆ ଅଞ୍ଚଳରେ ଓ  ରୋଡ ଉପରେ ମଧ୍ୟ ପାଣି ଜମିଥିବା ଦେଖିବାକୁ ମିଳିଛି। ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମିଥିବା ବେଳେ ଜୀବନଯାତ୍ରା ପ୍ରଭାବିତ ହୋଇଛି।