କଟକ: ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ୩ ହାତୀ ଅପମୃତ୍ୟୁ ଘଟଣା। ନିଜ ଆଡୁ ମାମଲା ଦାୟର କରିଛନ୍ତି ହାଇକୋର୍ଟ। ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୋମବାର କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ କ୍ଷେତ୍ର ବନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ୨ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଛି ବନ ବିଭାଗ। 


COMMERCIAL BREAK
SCROLL TO CONTINUE READING

ସୋମବାର ସକାଳୁ ବୁରୋମାଳ ଜଙ୍ଗଲ ନିକଟସ୍ଥ ଚାଷଜମିରେ ୩ ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ପହଞ୍ଚି ୩ ମୃତଦେହ ଜବତକରି ତଦନ୍ତ କରିଥିଲେ। ଘୋଷରାମାଳ ଅଞ୍ଚଳର କେତେକ ବ୍ୟକ୍ତି ବାର୍‌ହା ଶିକାର ପାଇଁ ବୁରୋମାଳ ଜଙ୍ଗଲ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରୁ ତାର ଟାଣି ତଳେ ବିଛାଇଥିଲେ। ଏହା ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ହାତୀପଲ ଏହିରାସ୍ତା ଦେଇ ଯାଉଥିବା ବେଳେ ଏହି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ଏକ ଛୁଆହାତୀ ସମେତ ୩ ମାଈ ହାତୀର ମୃତ୍ୟୁ ଘଟିଥିଲା।