କଟକ: ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ୍ କରିଛନ୍ତି। ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ଏହି ନୋଟିସ୍ ଜାରି ହୋଇଛି। ସ୍ବାଧୀନପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ଏହି ନୋଟିସ୍ ହୋଇଛି। ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଆଣିଛନ୍ତି ସୁବାସ। 


COMMERCIAL BREAK
SCROLL TO CONTINUE READING

୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟର ଚର୍ଚ୍ଚିତ ଲୋକସଭା ଆସନ ସମ୍ବଲପୁରରେ ତିନି ପ୍ରମୁଖ ଦଳ ପ୍ରାର୍ଥୀମାନଙ୍କୁ ନେଇ ସରଗରମ ହୋଇଥିଲା। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ତରଫରୁ ପ୍ରଣବ ପ୍ରକାଶ ଦାସ ମୈଦାନକୁ ଓହ୍ଲାଇଥିଲା। ସେହିଭଳି କଂଗ୍ରେସ ସହ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଧର୍ମେନ୍ଦ୍ର ପ୍ରଧାନ ବାଜି ମାରିଥିଲେ।