Odisha News: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଏସିଏଫ୍‍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍‍ର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ରେବତୀ ରମଣ ଯୋଶୀଙ୍କ ବାସସ୍ଥାନ ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଛି। ତାଙ୍କର ସମ୍ବଲପୁର ଏବଂ ବରଗଡ଼ରେ ଥିବା ତାଙ୍କ ଘରେ ଚଢ଼ଉ କରାଯାଇଛି। ସମୁଦାୟ ୯ଟି ସ୍ଥାନକୁ ତାଙ୍କର ଆସ୍ଥାନ ଭାବେ ଚିହ୍ନିତ କରିଛି ଭିଜିଲାନ୍ସ। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଛି।