Krishan Kumar’s fake Instagram profile: ଭୁବନେଶ୍ୱର, (ଜୀ ଓଡ଼ିଶା): ପ୍ରଥମେ ରାଜନୀତିକ କ୍ଷମତା ଦଖଲ ପାଇଁ ଅମଲାତନ୍ତ୍ରୀ ବ୍ୟସ୍ତ ରହିବା ଅଭିଯୋଗ ପରେ ଏବେ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ (Social media account) ଜାଲି ହେଉଥିବା ସାମ୍ନାକୁ ଆସିଛି। ଖାଲି ଯେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ୍‍ (VK Pandian)ଙ୍କ ନାଁରେ ଜାଲ୍‍ ଆକାଉଣ୍ଟ ପ୍ରଶାସନର ମୁଣ୍ଡବିନ୍ଧା ହୋଇଛି ତା ନୁହେଁ, କ୍ଷମତାସୀନ ବରିଷ୍ଠ ଆଇଏଏସ୍‍ ଅଧିକାରୀ (Senior IAS Officer)ମାନେ ମଧ୍ୟ ଏହାକୁ ନେଇ ସଙ୍କଟରେ ପଡ଼ିଛନ୍ତି। ଆଜି କେନ୍ଦ୍ର ହଷପୁଟେସନ୍‍ରେ ଥିବା ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ଏମତି ଏକ ସଙ୍କଟକୁ ସାମ୍ନାକୁ ଆଣିଛନ୍ତି।


COMMERCIAL BREAK
SCROLL TO CONTINUE READING

୨୦୦୨ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଶ୍ରୀ କୁମାର ନିଜର ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟ (Instagram Account)ରେ ଏଥିନେଇ ଲୋକଙ୍କୁ ସତର୍କ କରିଛନ୍ତି। ସେ ଇନ୍‍ଷ୍ଟାଗ୍ରାମର କହିଛନ୍ତି ଯେ, ତାଙ୍କ ଆକାଉଣ୍ଟ ଭଳି ଏକ ଅବିକଳ ଆକାଉଣ୍ଟ କେହି ତିଆରି କରିଛନ୍ତି। ଏହି ଆକାଉଣ୍ଟରେ ତାଙ୍କ ଫଟୋ ଓ ନାଁକୁ ବ୍ୟବହାର କରାଯାଇଛି। ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ଏଣୁ ଏପରି ଆକାଉଣ୍ଟ ପ୍ରତି ସତର୍କ ରହିବାକୁ ସେ କହିଛନ୍ତି। ସେ କହିଛନ୍ତି, "krishan_kumar_09_" ନାଁରେ ଏକ ଜାଲି ଆକାଉଣ୍ଟ ଖୋଲାଯାଇଛି। ଏହା ମନ୍ଦ ଉଦ୍ଦଶ୍ୟରେ ତିଆରି କରାଯାଇଛି, ସେ ଏହି ଆକାଉଣ୍ଟ ଧାରଣ କରନ୍ତି ନାହିଁ’। ଏଣୁ ଏଥିପ୍ରତି ସାବଧାନ ରହି ନିରାପଦ ହେବାକୁ ସେ କହିଛନ୍ତି।  ନିଜ ଆକାଉଣ୍ଟରେ ନାଲି ପଟ୍ଟଳରେ ସେ ଏପରି ବାର୍ତ୍ତା ଦେଇ ପରିସ୍ଥିତି କେଦେ ସଙ୍କଟାପନ୍ନ ତାହାକୁ ଜଣାଇଛନ୍ତି। 


ପୂର୍ବରୁ ଏମିତି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ୍‍ଙ୍କ କ୍ଷେତ୍ରରେ ହୋଇଥିଲା। ଟ୍ୱିଟରରେ ତାଙ୍କ ନାଁକୁ ଅପବ୍ୟବହାର (Abuse) କରି କେହି ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଥିଲା।  ପରିସ୍ଥିତି ଏପରି ହୋଇଥିଲା ଯେ, କିଛି ଗଣମଧ୍ୟମ ମଧ୍ୟ ଏଥିରେ ଦ୍ବନ୍ଦ୍ୱରେ ପଡ଼ିଥିଲେ। ସେମାନେ ତାହାକୁ ନିଜ ଖବରରେ ମଧ୍ୟ ଉଲ୍ଲେଖ କରିଥିଲେ। କିଛି ସମୟ ପରେ ଏହି ଆକାଉଣ୍ଟ ସେସ୍ପଣ୍ଡ ହୋଇଥିବା ହ୍ୟାଣ୍ଡଲରେ ଦେଖିବାକୁ ମିଳିଥିଲା। 


ବରିଷ୍ଠ ଅଧିକାରୀମାନଙ୍କ ଆକାଉଣ୍ଟକୁ ହ୍ୟାକ୍‍ ଏବଂ ଜାଲି କରାଯାଉଥିଲେ ମଧ୍ୟ ଏଥିନେଇ ସାଇବର ଆଇନ (Cyber Law) ବଳରେ ମାମଲା ରୁଜ୍ଜୁ କରିବାର ଉଦାହରଣ ସାମ୍ନାକୁ ଆସି ନାହିଁ। ଯଦି ତାହା ହୁଅନ୍ତା, ହୁଏତ ତାହା ସାଇବର ଠକଙ୍କୁ ସାମ୍ନାକୁ ଆଣିବାରେ ସହାୟକ ହୁଅନ୍ତା। 
ହେଲେ ଏପରି ମାମଲାକୁ ଦବାଇ ଦିଆଯିବା ଦ୍ୱାରା ସାଧାରଣ ଲୋକଙ୍କ ଆକାଉଣ୍ଟ ଅଧିକ ସମ୍ବେଦନଶୀଳ (Sensitive) ହେଉଛି। ବିଭିନ୍ନ ସମୟରେ ସେମାନେ ସାଇବର ଠକାମୀର ଶିକାର ହେବା ଦ୍ୱାରା ଦିନକୁ ଦିନ ମାମଲା ସଂଖ୍ୟା ବଆୁଛି। ସମଗ୍ର ଦେଶରେ ଏ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଥିବା ମଧ୍‍ୟ ଏନ୍‍ସିଆର୍‍ବି ରିପୋର୍ଟରେ କୁହାଯାଇଛି।


Also Read- SSC Exam: CAPF SI ନିଯୁକ୍ତି ପରୀକ୍ଷାରେ ପରିବର୍ତ୍ତନ, ଜାଣନ୍ତୁ ପୂରା ଖବର


Also Read- Hero ବନ୍ଦ କରିଥିଲା ଏହି ବାଇକ୍, ପୁଣି ଥରେ ନୂଆ ଫିଚର୍ ସହ କଲା ଲଞ୍ଚ୍