ଭୁବନେଶ୍ବର: ଯୁବା ସଙ୍ଗମର ପଞ୍ଚମ ଚରଣର ଅଂଶ ଭାବରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଆଗାମୀ ଡିସେମ୍ବର ମାସରେ ମହାରାଷ୍ଟ୍ରକୁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଗସ୍ତ ପାଇଁ ଆୟୋଜନ କରୁଛି। ଏଥିରେ ଭାରତର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଯୁବକମାନଙ୍କ ଶୈକ୍ଷିକ ତଥା ସାଂସ୍କୃତିକ ଭ୍ରମଣକୁ ସମୃଦ୍ଧ କରିବାରେ ସହାୟକ ହୋଇଥାଏ। ଓଡ଼ିଶାରୁ ଏହି ଯାତ୍ରାର ପରିଚାଳନା ପାଇଁ ଆଇଆଇଟିକୁ ଓଡ଼ିଶାର ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଦିଆଯାଇଛି। ଯୁବା ସଙ୍ଗମ ମୁଖ୍ୟତଃ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ଦେଶର ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କ୍ୟାମ୍ପସ୍ ଯୁବକଙ୍କୁ ନେଇ ଗଠିତ ଏକ୍ସପୋଜର୍ ଟୁର୍ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରିଥାଏ।


COMMERCIAL BREAK
SCROLL TO CONTINUE READING

ପରିଦର୍ଶନ ସମୟରେ ଯୁବକମାନେ ୫ଟି ବିସ୍ତୃତ ବିଭାଗରେ ବହୁମୁଖୀ ଏକ୍ସପୋଜର୍ ପାଇବେ, ଯାହାକି ପର୍ଯ୍ୟଟନ, ପରମ୍ପରା, ପ୍ରଗତୀ, ପ୍ରଦ୍ୟୋଗିକ ଓ ପାରସ୍ପରିକ ସମ୍ପର୍କ। ଏହି ଯୁବା ସଙ୍ଗମର ପୂର୍ବ ୪ଟି ପର୍ଯ୍ୟାୟରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକର ସଂଚାଳନାରେ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ତଥା ୟୁଟି ଗସ୍ତ କରିଛନ୍ତି।


ଏହି ଅବସରରେ ଆଇଆଇଟିର ପ୍ରଫେସର ରାଜେଶ ରୋଶନ ଦାଶ କହିଛନ୍ତି ଯେ, ଆଇଆଇଟିର ମାନବିକତା, ବିଜ୍ଞାନ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଆଇନ ଆଦି ଶିକ୍ଷା ପୃଷ୍ଠଭୂମି ଥିବା ଓଡ଼ିଶାର ବିଭିନ୍ନ ସ୍ଥାନରୁ ୪୫ଜଣ ଓଡ଼ିଆ ୟୁଜି ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ଚୟନ କରିବେ। ଆସନ୍ତା ଡିସେମ୍ବର ୨୦୨୪ର ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଯାତ୍ରାକୁ ପରିଚାଳନା କରାଯିବ। ଯେଉଁଠାରେ ଆଇଆଇଏମ୍ ମୁମ୍ବାଇ ଓଡ଼ିଶା ଛାତ୍ରମାନଙ୍କୁ ସେମାନଙ୍କୁ ଗସ୍ତ ଓ ରହଣିର ବ୍ୟବସ୍ଥା କରିବ। ସେହିଭଳି ମହାରାଷ୍ଟ୍ରର ୪୫ଜଣ ଯୁବ ପ୍ରତିନିଧିଙ୍କର ଏକ ଦଳ ଓଡ଼ିଶା ଗସ୍ତ କରିବ, ଯାହା ଆଇଆଇଟି ଭୁବନେଶ୍ଵର ଦ୍ୱାରା ଆୟୋଜିତ ହେବ। ଏଠି ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଆସନ୍ତା ୨୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଖୋଲା ଅଛି। ଓଡ଼ିଶାର ମୂଳ ଛାତ୍ରମାନେ https://ebsb.aicte-india.org/# ୱେବସାଇଟ୍ ରେ ଉପଲବ୍ଧ ଫର୍ମ ପୂରଣ କରି ନିଜକୁ ପଞ୍ଜୀକୃତ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।