ଭୁବନେଶ୍ୱର: ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୧୯୯୮ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ଦେବଦତ୍ତ ସିଂହ ଆଜି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗାର୍ଡ ଅଫ୍‌ ଅନର ପ୍ରଦାନ ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଭୁବନେଶ୍ଵର ଡିସିପି ଥିବା ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଦିଆଯାଇଛି। ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ଵର ଡିସିପି ଭାବେ ନିଯୁକ୍ତ କରାଯାଇଛି। ଭରତପୁର ଘଟଣାରେ ଡିସିପିଙ୍କ ତରବରିଆ ମନ୍ତବ୍ୟ ଏବଂ ପୁଲିସର ଦାୟିତ୍ଵହୀନତା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।