IT Raid: ଭୁବନେଶ୍ୱର: ଦୁଇଦିନ ହେଲା ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ, ତାଙ୍କ ଭାଇ ବାବଲୁ ଡାଲମିଆ ଏବଂ ସହଯୋଗୀ ନନ୍ଦକିଶୋର ଅଗ୍ରଓ୍ୱାଲ୍‍ଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଚାଲିଛି। ଖାଲି ସୁନ୍ଦରଗଡ଼ ନୁହେଁ, ସୁନ୍ଦରଗଡ଼, ରାଉରକେଲା, ବରପାଲି ବରଗଡ଼, ଏବଂ ଛତିଶଗଡ଼ର ରାୟପୁର, ରାୟଗଡ, ବିଳାସପୁରରେ ଏକ ସଙ୍ଗେ ଚଢ଼ଉ ଜାରି ରହିଛି। ପ୍ରାୟ ୧୦୦ ଆୟକର ଅଧିକାରୀ ଏହି କାର୍ଯ୍ୟରେ ଲିପ୍ତ ଥିବା ସୂଚନା ମିଳିଛି। ଆୟକର ବିଭାଗ ପକ୍ଷରୁ ଏ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ।


COMMERCIAL BREAK
SCROLL TO CONTINUE READING

କିଛିଦିନ ପୂର୍ବରୁ ଛତିଶଗଡ଼ରୁ  କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘର ଓ କାରଖାନାରେ ଆୟକ ଚଢ଼ାଉ କରିଥିଲେ। ତାଙ୍କର ମଦବ୍ୟବସାୟ ଓଡ଼ିଶାରେ ଥିବାରୁ ରାଜ୍ୟରେ ମଧ୍ୟ ଚଢ଼ଉ ହୋଇଥିଲା।  ଏଥିରେ ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା। ଏହା ସେତେବେଳେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ପୁଣିଥରେ ଆୟ୍ରକ ବିଭାଗର ଏହି ଚଢ଼ଉ ବଡ଼ ଧରଣର ବ୍ୟବସାୟ-ରାଜନୀତିକ ସମ୍ପର୍କକୁ ଖୋଲିବା ସମ୍ଭାବନା ସୃଷ୍ଟି କରିଛି।