ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି। ଗତକାଲି ରାତିରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଯନ୍ତ୍ରୀଙ୍କ ଖଣ୍ଡଗିରି ସ୍ଥିତ ବାସଭବନରେ ଚଢ଼ଉ କରିଛି। ଜଣେ କଣ୍ଟ୍ରାକ୍ଟରଠାରୁ ବିଲ୍ ପାସ୍ କରାଇବା ନାଁରେ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟିମ୍ ଚଢ଼ଉ କରିଛି। ଏଥିସହ ମହିଳା ଯନ୍ତ୍ରୀଙ୍କ ଆଉ ଦୁଇଟି ସ୍ଥାନରେ ଥିବା ଚଢ଼ଉ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଜଟଣୀ ବ୍ଳକରେ ପିସି କାରବାର ନେଇ ଅନେକ ଅଭିଯୋଗ ହୋଇ ଆସୁଥିଲା। ବ୍ଲକ ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ କାମରେ ପିସି ନେଉଥିବା ବେଳେ ଶ୍ରୀମତୀ ମହାନ୍ତି ପୂର୍ବରୁ ଏକ ପ୍ରକଳ୍ପ କାର୍ଯ୍ୟରେ ଚେକ୍ ମାଧ୍ୟମରେ ୨ହଜାର ୬୮୦ ଟଙ୍କା କମିସନ୍ ନେଉଥିବା ଅଭିଯୋଗ ହୋଇଥିଲା। ତେବେ ଜଟଣୀ ବ୍ଲକ ଅନ୍ତର୍ଗତ କନ୍ତିଆ ଅଞ୍ଚଳରେ କିଛି ମାସ ହେଲା ୨/୩ଟି ସରକାରୀ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିରେ ୫ରୁ ୭ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ହେଉଥିବା ବେଳେ ଅଞ୍ଚଳର ଜୈନିକ ଜଣେ ଠିକାଦାର ଦାୟିତ୍ଵ ନେଇଛନ୍ତି। ଦୁଇଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଠିକାଦାରଙ୍କ ୫ଲକ୍ଷ ୫୦ହଜାର ଟଙ୍କାର ବିଲ୍ ପେଣ୍ଡିଂ ରହିଥିଲା। ଉକ୍ତ ପଞ୍ଚାୟତ ଦାୟିତ୍ୱରେ ସହକାରୀ ଯନ୍ତ୍ରୀ ଶ୍ରୀମତୀ ମହାନ୍ତି ଥିବା ବେଳେ ପ୍ରକଳ୍ପ କାର୍ଯ୍ୟରୁ ଏକ ଲକ୍ଷା ଟଙ୍କା କମିସନ ଦେଲ ବକେୟା ବିଲ୍ ପାସ୍ କରି ଦିଆଯିବ ବୋଲି କହିଥିଲେ। ଆଗୁଆ ୫୦ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା। ଯାହାକୁ ନେଇ ଠିକାଦାର ଜଣଙ୍କ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଆଜି ଯୋଜନାବଦ୍ଧ ଭାବେ ଠିକାଦାର ଜଣଙ୍କ ତାଙ୍କ ବାସଭବନରେ ପହଞ୍ଚି ୫୦ହଜାର ଟଙ୍କା ଦେବା ବେଳେ ଟିମ୍ ମାଡ଼ି ବସିଥିଲା। ତେବେ ଏ ନେଇ ଭୁବନେଶ୍ବର ଭିଜିଲାନ୍ସ ପୁଲିସ କେସ ନଂ ୧୬/୨୪ ରେ ଏକ ମାମଲା ରୁଜ୍ଜୁ କରିଛି।