MLA Suresh Routray:  ଭୁବନେଶ୍ୱର: ଆଜି ଚତୁର୍ଥ ଦିନରେ ବିଧାନସଭାର ପ୍ରଶ୍ନୋତ୍ତର କାଳ ସ୍ୱଭାବିକ ହୋଇଛି। କୃଷି, ସମବାୟ, ଗଣଶିକ୍ଷା, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ପ୍ରଭୃତି ବିଭାଗ ପାଇଁ ଆସିଥିବା ପ୍ରଶ୍ନକୁ ବାଚସ୍ପତି ଗୃହକାର୍ଯ୍ୟରେ ସାମିଲ କରିଛନ୍ତି। ରାଜ୍ୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଚାଷୀମାନଙ୍କୁ ଉପଯୁକ୍ତ ଜ୍ଞାନ କୌଷଳର ପ୍ରଦାନରେ ସରକାରଙ୍କର ଦୂରଦୃଷ୍ଟିର ଅଭାବ ପ୍ରଭୃତି ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରଶ୍ନ ପଚାରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ହୀରାକୁଦ ଜଳଭଣ୍ଡାର ନିମ୍ନ ଭାଗରେ ଆଉ ଏକ ବ୍ୟାରେଜ ନିର୍ମାଣ କରି ଜଳସେଚନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିଲେ। 


COMMERCIAL BREAK
SCROLL TO CONTINUE READING

ସେ କହିଥିଲେ ଯଦି ତଳ ମୁଣ୍ଡରେ ଆଉ ଏକ ବ୍ୟାରେଜ ନିର୍ମାଣ ହୁଏ, ତାହା ହେଲେ ପରିବାପତ୍ର ଉତ୍ପାଦନରେ ଆମ ଚାଷୀମାନେ ଭୋଗୁଥିବା ସଂକଟ ଦୂର ହୋଇପାରିବ। ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ ଜଳସେଚନ ହାର ବିଗତ ୨୦ ବର୍ଷରେ କିପରି ବିକଶିତ ହୋଇଛି ତାହା ଦର୍ଶାଇଛନ୍ତି। 


ତିନି ଦିନ ଗୃହକାର୍ଯ୍ୟରେ ପ୍ରଶ୍ନକାଳ ସାମିଲ ହୋଇ ନଥିବା ବେଳେ ଆଜି ପ୍ରଶ୍ନକାଳରେ ସ୍ୱାଭାବିକ ଆଲୋଚନା ହେବା ଦ୍ୱାରା ରାଜ୍ୟର ପ୍ରସଙ୍ଗ ଗୃହରେ ଉପସ୍ଥାପନ ହୋଇ ପାରିବ ବୋଲି ବିଧାୟକମାନେ ଆଶା କରିଛନ୍ତି। ବିଶେଷ କରି ଆନ୍ଦୋଳନରତ ଶିକ୍ଷକ, ସରପଞ୍ଚ, ଅଙ୍ଗନବାଡ଼ୀ କର୍ମୀ ପ୍ରଭୃତିଙ୍କର ଦାବି ବିଷୟରେ ଆଜି ଆଲୋଚନା ହୋଇପାରେ। ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। 


Also Read: Asian Games: ଚତୁର୍ଥ ଦିନରେ ଭାରତକୁ ଗୋଲ୍ଡ,, ସୁଟିଂରେ ବାଜି ମାରିଲେ 'ସୁନା' ଝିଅ


Also Read: Train Accident: ଭୟଙ୍କର ଦୁର୍ଘଟଣା! ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ୍


Also Read: Shukra Gochar 2023: ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ! ଜୀବନରେ ଆସିବ ବିରାଟ ପରିବର୍ତ୍ତନ