Odisha News : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗକ ପଢେଲ ବନ୍ଧ ନିକଟ ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମାଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ସକାଳେ ଜଙ୍ଗଲରେ ନକ୍ସଲ ଲୁଚି ରହି କିଛି ଷଡ଼ଯନ୍ତ୍ର କରୁଥିବା ସୂଚନା ପୁଲିସ ପାଖରେ ପହଞ୍ଚିଥିଲା। ପୁଲିସ ଓ ଏସ୍‍ଓଜି ବାହିନୀ ମିଳିତ ଅପରେସନ୍‍ ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି  ଗୁଳି ବିନିମୟ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ବୌଦ୍ଧ, କନ୍ଧମାଳ ଓ ଦଶପଲ୍ଲା ଅଞ୍ଚଳର ଜଙ୍ଗଲରେ ପୂର୍ବରୁ କେକେବିଏନ୍‍ ସଂଗଠନ ସକ୍ରିୟ ରହିଥିଲେ। ଅପରପକ୍ଷେ ଛତିଶଗଡ଼ର କାଙ୍କେର ଅଞ୍ଚଳରେ ଆକ୍ରମଣ ପରେ ଏଠାକୁ କିଛି ନକ୍ସଲ ଖସି ଆସିଥିବା ସନ୍ଦେହ ମଧ୍ୟ ରହିଥିଲା। ଏପରି ଗୁଇନ୍ଦା ସୂଚନାକୁ ଆଧାର କରି ଆଜି ନକ୍ସଲ ବିରୋଧୀ ଅପରେସ୍‍ ଭୋର ସମୟରୁ ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲ ଭିତରୁ ପୁଲିସ ଟିମ୍‍ ଫେରି ନାହାନ୍ତି। ପ୍ରାୟ ୪୦ରୁ ୫୦ ନକ୍ସଲ ଏହି କ୍ୟାମ୍ପରେ ରହିଥିବା ସୂଚନା ମିଳିଛି। ଅପରପକ୍ଷେ ସେମାନଙ୍କଠାରୁ ବ୍ୟାପକ ସାମଗ୍ରୀ ଜବତ କରାଯାଇଛି।


ବୌଦ୍ଧ ଜିଲ୍ଲା ଏକ ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ଏଠାର ୪୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି। ଏହି ବୁଥ୍‍ ଉପରେ ଅସ୍ୱଭାବିକ କାର୍ଯ୍ୟକଳାପକୁ ରୋକିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଅପରପକ୍ଷେ ଛତିଶଗଡ଼ରେ ମଧ୍ୟ ଆଉ ଏକ ନକ୍ସଲ ବିରୋଧୀ ଅପରେସନ୍‍ ଆଜି କରାଯାଇଥିଲା। ନାରାୟଣପୁରଠାରେ ହୋଇଥିବା ଏହି ଅପରେସନ୍‍ରେ ପୁଲିସ ବ୍ୟାପକ ବିସ୍ଫୋରକ ଓ ହିଂସାପାଇଁ ବ୍ୟବହୃତ ଅସ୍ତ୍ର ଜବତ କରିଛନ୍ତି।