Jayaram Pangi: ରାଜ୍ୟ ଆଦିବାସୀ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ହେଲେ ଜୟରାମ ପାଙ୍ଗି। କୋରାପୁଟ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ନିକଟରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ରେ ଯୋଗ ଦେବା ପରେ ତାଙ୍କୁ ଓଡିଶା ରାଜ୍ୟ ଆଦିବାସୀ କଂଗ୍ରେସ କମିଟିର(Congress committee) କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବ୍ରହ୍ମପୁର(Behrampur) ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ କୋର୍ଡିନେଟର ଭାବେ ନିଯୁକ୍ତି ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ନିକଟରେ ଡିସେମ୍ବର ୨ ତାରିଖରେ ରାଜ୍ୟ କଂଗ୍ରେସ ଭବନ ଠାରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଥିଲେ ଜୟରାମ ପାଙ୍ଗି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନ୍ୟାନ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରେ ମିଶିବା ପରେ ସେ ନିଜ ବାପାଙ୍କୁ ମନେ ପକାଇଥିଲେ। ବାପାଙ୍କ ଦଳରେ ଯୋଗ ଦେଲି ବୋଲି ସେ କହିଥିଲେ। ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ଦଳର ନେତୃତ୍ୱ ନେବାକୁ ସେ ପ୍ରସ୍ତୁତ ଥିବା କହି ନିଜ ଭାବନା ବ୍ୟକ୍ତ କରିଥିଲେ ସେ ।ଅନ୍ୟପଟେ ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।


Also Read: Govt Job: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ବମ୍ପର ନିଯୁକ୍ତି ଅଫର, ଜାନୁଆରୀ ୧୯ ପୂର୍ବରୁ କରନ୍ତୁ ଆବେଦନ