ଭୁବନେଶ୍ବର: ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା। ନୂଆ ବିଧାୟକଙ୍କୁ ତାଲିମ୍ ଦେବେ ଜେପି ନଡ୍ଡା। ଆଉ ନୀତି ନୈତିକତାର ପାଠ ପଢାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାୟକଙ୍କୁ ଆଚରଣ ଉଚ୍ଚାରଣ ଶିଖାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌। ଆସନ୍ତା ୧୭ ତାରିଖରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ। ଆଉ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାରକୁ ଆସିଛି ବିଜେପି। ଯେହେତୁ ଶାସକ ଦଳରେ ପ୍ରାୟ ୬୦ ଜଣ ନୂଆ ବିଧାୟକ ଅଛନ୍ତି। ତେଣୁ ସରକାରୀ ଦଳରେ ଥାଇ ସେମାନଙ୍କ ଭୂମିକା, ବିରୋଧୀଙ୍କୁ ଗଠନମୂଳକ କାଉଣ୍ଟର, ଆଞ୍ଚଳିକ ସମସ୍ୟାକୁ ଗୁରୁତ୍ୱ ଓ ଗୃହରେ ଆଚରଣ ଉଚ୍ଚାରଣ ବିଷୟରେ ପାଠ ପଢାଇବେ ନଡ୍ଡା। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଆସନ୍ତା ୧୬ ତାରିଖରେ ବସୁଛି ଓଡ଼ିଶା ବିଜେପିର କୋର କମିଟି ବୈଠକ। କ୍ଷମତାକୁ ଆସିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ମିଟିଂ। ଯେଉଁଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ଉପସ୍ଥିତ ରହିବେ। ଫୋକସରେ ରହିଛି ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା। ସେହିପରି ଖାଲି ପଡିଥିବା ୩୭ନିଗମ ଏବଂ ବୋର୍ଡ ଗୁଡିକରେ କାହାକୁ କେଉଁଠି ଥଇଥାନ କରାଯିବ, ସେ ନେଇ କମିଟିରେ କଥା ଉଠିପାରେ ବୋଲି ଚର୍ଚ୍ଚା ହେଉଛି।