Puri News: ଆସନ୍ତାକାଲି ଠାରୁ କାର୍ତ୍ତିକ ବ୍ରତ (Kartika Brata) ଆରମ୍ଭ ହେଇଛି। ହବିଷ୍ଯାଳୀ ମାନେ ଆଜିଠାରୁ ଶ୍ରୀକ୍ଷେତ୍ରରେ (Puri Jagannath Temple) ଭିଡ ଜମାଇଲେଣି। ବିଭିନ୍ନ ମଠରେ ହବିଷ୍ଯାଳୀମାନେ (Habisyalis) ରହି ବ୍ରତ ପାଳନ କରିବେ । ଏନେଇ ହବିଷ୍ୟାଳୀଙ୍କ ରହଣି ନେଇ ରାଜ୍ୟ ସରକାରଙ୍କ (odisha govt) ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ହବିଷ୍ୟାଳି ଯୋଜନାରେ ହବିଷ୍ଯାଳୀ ମାନେ ସ୍ୱତନ୍ତ୍ର ଶିବିରରେ ରହୁଛନ୍ତି। ଗତକାଲି ଜିଲ୍ଲାପାଳଙ୍କ (Puri administration) ଅଧକ୍ଷତାରେ ଏକ ଚୂଡାନ୍ତ ବୈଠକ କରାଯାଇଥିଲା ।  ପୁରୀରେ ରହଣୀ ନେଇ ବର୍ତ୍ତମାନ, ସୁଦ୍ଧା ସମଗ୍ର ରାଜ୍ୟରେ ୩ହଜାର ୫୦ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି। ତନ୍ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୧୧,ପୁରୀରୁ ୮୭୫ ଜଣ,ଗଞ୍ଜାମରୁ ୩୮୫ଜଣ,ନୟାଗଡ଼ରୁ ୩୧୦ ଜଣ ଓ ଅନ୍ୟାନ୍ୟ ଜିଲ୍ଲାରୁ ହବିଷ୍ୟାଳି ମାନେ (Habisyalis) ପଞ୍ଜୀକରଣ କରି ଶିବିରରେ ପହଞ୍ଚିଛନ୍ତି। 


COMMERCIAL BREAK
SCROLL TO CONTINUE READING

Also Read: Puri News: ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି


ତେବେ, ସରକାର ହବିଷ୍ୟାଳିଙ୍କ ରହଣି, ପୂଜା,ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥା ଆଦିର ସମୀକ୍ଷା କରାଯାଇ ବ୍ଯବସ୍ଥିତ କରାଯାଇଛି। ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଇଛି। ହବିଷ୍ୟାଳୀ ମାନଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ସମୁଦାୟ ୫ଟି ହବିଷ୍ୟାଳି କେନ୍ଦ୍ର ଯଥା ବୃନ୍ଦାବତି ନିବାସରେ ୧୬୫୦ ଜଣ,ମୋଚିସାହି କଲ୍ୟାଣ ମଣ୍ଡପରେ ୫୮୦ ଜଣ, ଅକ୍ଷୟପାତ୍ର ଫାଉଣ୍ଡେସନରେ ୪୫୦ ଜଣ,ବଗଲା ଧର୍ମଶାଳାରେ ୧୫୦ ଜଣ ଓ ବାଗେଡିଆ ଧର୍ମଶାଳାରେ ୧୮୦ ଜଣ ହବିଷ୍ୟାଳି ମାନେ ରହି ବ୍ରତ ପାଳନ କରିବେ।  ହବିଷ୍ୟାଳିଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ୱ ରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ,ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା,ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ,ସ୍ୱଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 


ସେମାନଙ୍କ ମହାପ୍ରସାଦ ସେବନ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ,ବିଦ୍ୟୁତ ଯୋଗାଣ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦିର ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି। ସେପଟେ ବିଭିନ୍ନ ତିର୍ଥ ପୁଷ୍କରିଣୀରେ ମଧ୍ୟ ହବିଷ୍ଯାଳିଙ୍କ ସ୍ନାନ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ସରକାରୀ ଶିବିରରେ ରହୁଥିବା ହବିଷ୍ଯାଳୀଙ୍କ ପାଇଁ ଗୋଟିଏ ଓଳି ମହାପ୍ରସାଦ ଦେବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ପ୍ରତି ସରକାରୀ ଶିବିରରେ ଆକାଶ ଦ୍ୱିପ,ଚଉଁରା, ତୁଳସୀଗଛ, ପୂଜାର୍ଚ୍ଚନା ଲାଗି ଫଳମୂଳର ବ୍ଯବସ୍ଥା କରାଯାଇଛି। ବ୍ରତ ବାନ୍ଧିବା ପାଇଁ ସ୍ୱତନ୍ତ୍ର ପୁରୋହିତ ଯୋଗାଇ ଦେଇଛନ୍ତି ସରକାର। ସେପଟେ ସରକାରଙ୍କ ହବିଷ୍ଯାଳୀ ଶିବିରରେ ରହି କାର୍ତ୍ତିକ ବ୍ରତ କରିବାକୁ ଆଶାରଖି ଆସିଥିବା ଅନେକ ହବିଷ୍ଯାଳୀ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ହବିଷ୍ଯାଳୀ ପଞ୍ଜିକରଣ ପାଇଁ ସରକାର ଅନଲାଇନ ମାଧ୍ୟମରେ ଆହ୍ୱାନ କରିଥିଲେ। ମାତ୍ର ଦୁଇ ତିନି ଦିନ ମଧ୍ୟରେ ପଞ୍ଜିକରଣ ସରିଯାଇଥିଲା। ପ୍ରାୟ ତିନି ହଜାର ହବିଷ୍ଯାଳୀ ପଞ୍ଜିକରଣ କରିଥିଲେ।