Keonjhar News: କେନ୍ଦୁଝର ସହର ଜିଲ୍ଲା ଜର୍ଜ କୋର୍ଟ ନିକଟସ୍ଥ ଔଷଧ ଦୋକାନରେ ପଶିଲା ଆହତ ବାରହା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ବରାହକୁ ଉଦ୍ଧାର କରି ଚିକିତ୍ସା ପରେ ଜଙ୍ଗଲରେ ଛଡାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯.୩୦ ମିନିଟ୍ ରେ ଜିଲ୍ଲା ଜର୍ଜ କୋର୍ଟ ସମ୍ମୁଖରେ ଖୋଲା ଥିବା ଆପୋଲୋ ଫାର୍ମାସୀ ନାମକ ଏକ ଔଷଧ ଦୋକାନ ଭିତରକୁ ଏକ ଜଙ୍ଗଲୀ ବାରହାଟି ହଠାତ୍ ପଶିଯାଇଥିଲା । ଫଳରେ ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ ।


Also Read- BJP: ଆଉ ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି, ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ


ବନ ବିଭାଗର କ୍ଵିକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ବରାହଟିକୁ ଉଦ୍ଧାର କରିଛି । କ୍ଷତ ହୋଇ ତା’ ଥୋଡ଼ିରୁ ରକ୍ତ ବାହାରୁଥିବା ଜଣାପଡ଼ିଛି। ଉଦ୍ଧାର ବାରହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ଦୁଇ ତିନି ଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ. ଡି ସୂଚନା ସୂଚନା ଦେଇଛନ୍ତି । ବାରହାଟି ଏକ ବଡ଼ ମାଇ ବାରହା ଓ ନରଣପୁର ଜଙ୍ଗଲରୁ ରାତ୍ରିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରିନଥିଲା ବୋଲି ଡିଏଫଓ କହିଛନ୍ତି।