Dussehra Puja: ମାଣିକାଗୋଡାର ନିଆରା ଦଶହରା, ପୂଜକ ବ୍ରାହ୍ମଣକୁ କର୍ତ୍ତା ହୋଇ ବସନ୍ତି ମୁସଲମାନ
Dussehra Puja: ଆଶ୍ୱିନୀ ଶୁକ୍ଳ ପକ୍ଷ ସପ୍ତମୀ ରାତିରୁ ଆରମ୍ଭ ହୋଇ ବିଜୟା ଦଶମୀରେ (Vijayadashami) ଅନୁଷ୍ଠିତ ଅପରାଜିତା ହୋମରେ ସମାପ୍ତ ହୋଇଥାଏ ଏହି ନିଆରା ପର୍ବ । ବିଜୟା ଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା ବେଳେ ମୁସଲମାନ ଦଳ ବେହେରା କର୍ତ୍ତା ସାଜି ଅପରାଜିତା ହୋମରେ ଆହୂତି ଦେଇଥାନ୍ତି । ବିଶ୍ୱକୁ ଭାଇଚାରା ବାର୍ତ୍ତା ଦେଇଥାଏ ମାଣିକଗଡାର ଏହି ନିଆରା ଦଶହରା ।
Unique Dussehra Puja: ସାଙ୍ଗ ହୋଇ ଦଶହରା ପାଳିଥାଆନ୍ତି ହିନ୍ଦୁ ଓ ମୁସଲମାନ (Hindu Muslim )। ଭାଇଚାରାର ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକରେ ଅବସ୍ଥିତ ମାଣିକାଗୋଡା଼ (Manikagoda) ଗାଁରେ । ବହୁ ପ୍ରାଚୀନ କାଳରୁ ଏଠାରେ ହିନ୍ଦୁ ଓ ମୁସଲମାନମାନେ ମହା ଆଡ଼ମ୍ବରରେ ପାଳନ କରିଥାଆନ୍ତି ଏହି ନିଆରା ଦଶହରା (Unique Dussehra Puja) । ଆଶ୍ୱିନୀ ଶୁକ୍ଳ ପକ୍ଷ ସପ୍ତମୀ ରାତିରୁ ଆରମ୍ଭ ହୋଇ ବିଜୟା ଦଶମୀରେ (Vijayadashami) ଅନୁଷ୍ଠିତ ଅପରାଜିତା ହୋମରେ ସମାପ୍ତ ହୋଇଥାଏ ଏହି ନିଆରା ପର୍ବ । ବିଜୟା ଦଶମୀ ଉତ୍ସବରେ ବ୍ରାହ୍ମଣ ପୂଜା କରୁଥିବା ବେଳେ ମୁସଲମାନ ଦଳ ବେହେରା କର୍ତ୍ତା ସାଜି ଅପରାଜିତା ହୋମରେ ଆହୂତି ଦେଇଥାନ୍ତି । ବିଶ୍ୱକୁ ଭାଇଚାରା ବାର୍ତ୍ତା ଦେଇଥାଏ ମାଣିକଗଡାର ଏହି ନିଆରା ଦଶହରା । ୪ ଦିନ ଧରି ଦଶହରା (Dussehra) ପର୍ବକୁ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ମାନେ ମିଳିମିଶି ପାଳନ କରିଥାଆନ୍ତି । ସେପଟେ ଯଜ୍ଞର ସମସ୍ତ ଖର୍ଚ୍ଚ ବୁଝନ୍ତି ମୁସଲମାନ ପରିବାର (Muslim Family) । ଏହି ନିଆରା ପରମ୍ପରା ସର୍ବ ଧର୍ମ ସମନ୍ୱୟ ଓ ଭାତୃତ୍ୱଭାବର ପରିଚୟ ବଖାଣିଥାଏ ।
ପାରମ୍ପାରିକ ରୀତିନୀତି ଅନୁଯାୟୀ, ସପ୍ତମୀ ତିଥିରେ (Saptami 2023) ମାଆ ଭଗବତୀଙ୍କ ପୀଠ ସମ୍ମୁଖ ମଣ୍ଡପ ପିଢା ଉପରେ ଗଜପତିଙ୍କ ପ୍ରଦତ ଦଳ ବେହେରାଙ୍କ ଖଡଗ୍, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ବିରାଟ କଟାରୀ ଓ ଦିବ୍ୟସିଂହପୁର ଗ୍ରାମ କନକ ଦୁର୍ଗାଙ୍କୁ ରଖାଯାଇ ଏକାଠି ପୂଜା କରାଯାଏ । । ଦଶହରା ପୂର୍ବାହ୍ନରେ ମାନସିକଧାରୀ ମାଆଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରନ୍ତି । ସନ୍ଧ୍ୟା ସମୟରେ ମାଣିକଭୂୟାଁ ଠାକୁରାଣୀଙ୍କ ବିଜେ ପ୍ରତିମା କାଷ୍ଠ ମୂଷଳଙ୍କୁ ଅଣାଯାଇଥାଏ । ଠାକୁରାଣୀ ପୂଜକ କନ୍ଧ ଜାନୀ ଦେହରେ ସବାର (ଉଭା) ହୋଇ ଭବିଷ୍ୟତବାଣୀ ସହ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି । ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀ ରୋଷଣୀ ପଟୁଆରରେ ମୁସଲମାନ ଦଳ ବେହେରାଙ୍କ ଦୁଆରକୁ ଆସି ଫଳ ଓ ଶୁଖିଲା ଭୋଗ ଖାଇଥାନ୍ତି । ଏହା ପରେ ଠାକୁରାଣୀଙ୍କ ସହ ମୁସଲମାନ ଦଳ ବେହେରା ଭଗବତୀଙ୍କ ପୀଠରେ ପହଞ୍ଚିଥାଆନ୍ତି । ସେଠାରେ ୩ ଦିନ ବ୍ୟାପୀ ପୂଜା ପାଉଥିବା ଗଜପତି ପ୍ରଦତ ଦଳ ବେହେରାଙ୍କ ଖଡଗ୍, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷାମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ବିରାଟ କଟାରୀ ଓ କନକ ଦୁର୍ଗା ରୋଷଣୀ ପଟୁଆରେ ସାମିଲ ହୁଅନ୍ତି । ବିରାଟ ପଟୁଆରେ ବାଦ୍ୟ ବାଜଣାର ତାଳେ ତାଳେ ମାଳି ସାହି, ଦିବ୍ୟସିଂହପୁର ଓ କଳାଙ୍ଗର ମଧ୍ୟବର୍ତ୍ତୀ ଅଞ୍ଚଳର ତ୍ରି ଛକିରେ ଅବସ୍ଥିତ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ପହଁଞ୍ଚିଥାନ୍ତି । ପରେ ସେଠାରେ ଅନୁଷ୍ଠିତ ହୋଇଥାଏ ଅପରାଜିତା ହୋମ । ରାସ୍ତା ଉପରେ ଏକ ଖଟୁଳିରେ କନକ ଦୁର୍ଗା, ମାଣିକ ଭୂୟାଁଙ୍କ କାଷ୍ଠ ମୂଷଳକୁ ସେବକମାନେ ଧରିଥାନ୍ତି । ପାଶ୍ୱବର୍ତ୍ତୀ ମନ୍ଦିରରେ ସୋମନାଥ ଦେବ ନିଜ ବେଢାରେ ବିଜେ କରିଥିବା ବେଳେ ଅପରପାର୍ଶ୍ବରେ ମାଆ ଦୁର୍ଗା ନିଜ ବିମାନରେ ବିଜେ କରିଥାନ୍ତି । ହୋମରେ ଦଳବେହେରା, କୋଠକରଣ, ବ୍ରାହ୍ମଣ, ପଣ୍ଡିତ, ମାନସିଂହ, ଶବର କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକ ବସନ୍ତି । ରାଜଗୁରୁ କୁଶବଟୁ ପିନ୍ଧାଇବା ପରେ ମୁସଲମାନ ଦଳ ବେହେରା କର୍ତ୍ତା ହୋଇ ହୋମରେ ଆହୂତି ଦିଅନ୍ତି ।
ଅପରାଜିତା ହୋମ ଶେଷ ପରେ ମାଆ କନକ ଦୁର୍ଗାଙ୍କ (Maa Kanak Durga) ଆଖିରୁ ଶୁକ୍ଲ ପକ୍ଷ ସପ୍ତମୀରେ ଖୋଲା ଯାଇଥିବା ଅନ୍ଧ ପୁଟଳି ବିଜୟା ଦଶମୀରେ ପୁଣି ବନ୍ଧା ଯାଇଥାଏ । ବର୍ଷକର ୩୬୫ ଦିନ ମଧ୍ୟରୁ ମା’ଙ୍କ ଆଖିରୁ କେବଳ ୪ ଦିନ ପାଇଁ ଅନ୍ଧ ପୁଟଳି ଖୋଲାଯାଇଥାଏ । ହୋମ ଶେଷରେ ମା’ କନକ ଦୁର୍ଗାଙ୍କ ଆଖିରେ ପୁନଃବାର ଅନ୍ଧ ପୁଟଳି ବାନ୍ଧିବା ପରେ ଅପରାଜିତା ହୋମ ଉଦ୍ଯାପିତ ହୋଇଥାଏ । ହୋମ ସମାପ୍ତି ପରେ ଠାକୁରାଣୀ ଆଟୋପ ପଟୁଆରରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥାନ୍ତି । ଏହାପରେ ବ୍ରାହ୍ମଣମାନଙ୍କ ଠାରୁ ଆରମ୍ଭ କରି ହିନ୍ଦୁ, ମୁସଲମାନ ଓ ଅନ୍ୟ ଧର୍ମାଲମ୍ବୀ ଲୋକମାମନେ ଶୁଖିଲା ପ୍ରସାଦ ସେବନ କରିଥାନ୍ତି । ଅବଦୁଲ ଜବାର ଖାଁ ଓ ପୁରୀ ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମାଣିକାଗୋଡା଼ରେ ଠାକୁରାଣୀଙ୍କ ନିକଟରେ ପାଳିତ ଏହି ନିଆରା ଦଶହରା ପର୍ବ ଅତି ପ୍ରାଚୀନ ଅଟେ । ସମସ୍ତେ ମିଳିମିଶି ସ୍ନେହ, ଶ୍ରଦ୍ଧା ପୂର୍ବକ ଏହି ଉତ୍ସବ ପାଳନ କରିଥାଆନ୍ତି ।
Also Read-Puri: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ପୁରୁଷ କର୍ମଚାରୀଙ୍କ ଯାଞ୍ଚ ନେଇ ମୁଣ୍ତ ଟେକିଲା ବିବାଦ