Odisha Election 2024: ନିର୍ବାଚନ ନେଇ ସରଗରମ ଓଡ଼ିଶା ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ମାନେ ଜୋରଦାର ପ୍ରଚାର ଆରମ୍ଭ କରଛନ୍ତି । ତେବେ ଇତି ମଧ୍ଯରେ ଓଡିଶା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ମୋଦି ଗେରେଣ୍ଟି ବାର୍ତ୍ତା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ‘ଓଡ଼ିଶାରେ ମୋଦି ସରକାର ଆସିଲେ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦିଆଯିବ, ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର, ଚାଷର ଚାଷ ଜମିକୁ ଜଳସେଚନ  ସୁବିଧା, ଚାଷୀ ତାର ଫସଲର ଯେମିତି ଉଚିତ ମୂଲ୍ୟ ପାଇପାରିବେ ସେଥି ନେଇ ପ୍ରତି ବ୍ଲକରେ ଇ-ମାର୍କେଟିଙ୍ଗ ବ୍ୟବସ୍ଥା,୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ଚାଷୀ ମାନଙ୍କୁ କୃଷକ ସମ୍ମାନ ଭତ୍ତା ପ୍ରଦାନ କରାଯିବା ସହ ଚାଷୀ ମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ’।


ବିଗତ ୧୦ ବର୍ଷ ଶାସନ କାଳରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ସରକାର କୃଷକ କଲ୍ୟାଣ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ତାର ସୁଫଳ ସାରା ଦେଶର କୃଷକ ନେଉଥିବା ବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ରହିଛନ୍ତି, କାରଣ ରାଜ୍ୟରେ ୨୫ ବର୍ଷ ଧରି ଯେଉଁ ସରକାର ଚାଲିଛି ଏଠାରେ ବ୍ୟାପକ ଭାବରେ ଚାଷୀ ମାରଣା ନୀତି କରାଯାଇଛି ଓ ଏଠାରେ କୃଷି ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ମହେଶ୍ୱର ସାହୁ ଅଭିଯୋଗ କରିଛନ୍ତି। ଏହିପରି ବିଭିନ୍ନ ବିଷୟକୁ ନେଇ ବିଜେପି କୃଷକ ମୋର୍ଚ୍ଚା ଆସନ୍ତା ୨୦୨୪ ନିର୍ବାଚନରେ ଓଡିଶାର ୧୦ ହଜାର ଗ୍ରାମରେ କୃଷକ ପଞ୍ଚାୟତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଘସିପୁରା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ସୁବ୍ରତ ମହାନ୍ତି, କୃଷକ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ କୁମାର ସିଂ ଉପସ୍ଥିତ ରହିଥିଲେ।