Odisha News:(ନାରାୟଣ ବେହେରା) ଓଡିଶାରେ ପ୍ରଥମ କରି ପାରାଦୀପରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି ''କାଇଟ୍ ସର୍ଫିଂ''। ପାରାଦୀପ ଲାଇଟହାଉସ୍ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଏହି କାଇଟ୍ ସଫିଂ ପରୀକ୍ଷା ମୁଳକ ଭାବରେ ଆରମ୍ଭ କରିଛନ୍ତି ଓଡ଼ିଶାର ସ୍କୁବା ଡାଇଭର୍ ସବିର ବକ୍ସ। ଏହି କାଇଟ୍ ସଫିଂ ଓଡ଼ିଶାର ପ୍ରଥମ କରି ପାରାଦୀପ ସମୁଦ୍ର ବେଳାଭୂମି ରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଉଛି। ଏହି କ୍ରୀଡା ଦେଶ ବିଦେଶରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ବେଳେ ଏହି କାଇଟ୍ ସଫିଂ ଖେଳ ଅଲମ୍ପିକ୍ସ ଖେଳ ତାଲିକା ରେ ସ୍ଥାନ ପାଇଛି। ଓଡ଼ିଶାର ଅନେକ ଛାତ୍ରଛାତ୍ରୀ ଏହି ଖେଳ ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ କୃତିତ୍ୱ ହାସଲ କରିଥିବା ବେଳେ ପାରାଦୀପ ବେଳାଭୂମି ତାଲିମ୍ ନେବାପାଇଁ ଉତ୍କୃଷ୍ଟ ବେଳାଭୂମି ବୋଲି ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଖେଳ ଏକ ସ୍ବତନ୍ତ୍ର ଖେଳ ହୋଇଥିବାରୁ ଏଥିରେ କିପରି ସଂଖ୍ୟା ଧିକ ଖେଳାଳୀ ବାହାରି ଓଡ଼ିଶାରୁ ଅଲମ୍ପିକ୍ସ ରେ ସାମିଲ୍ ହୋଇ ପାରିବେ ଓ ଏହି ଖେଳ ପ୍ରତି କିପରି ଅଧିକ ରୁଚି ବଢିବ ସେନେଇ କୃତି ପ୍ରତିଯୋଗୀମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି। ଏହି କ୍ରୀଡା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପାରାଦୀପ ବେଳାଭୂମି ଉତ୍କୃଷ୍ଟ ବେଳାଭୂମି ବୋଲି ସ୍କୁବା ଡାଇଭର ସବିର୍ ବକ୍ସ କହିଛନ୍ତି। ଏହି ଖେଳରେ ଦକ୍ଷତା ହାସଲ କରିଥିବା ଖେଳାଳୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ନଦୀ,ସମୁଦ୍ର ଓ ପାହାଡ ଭଳି ସ୍ଥାନରେ କିଛି ଦୁର୍ଘଟଣା ଘଟିଲେ ସେ ସମୟରେ ଏକକାଳୀନ ଭାବେ ୪ରୁ ୫ଜଣଙ୍କ ଜୀବନ ବଞ୍ଚାଇ ପାରିହେବ। 


ଏହା ସହିତ ଏହି ଖେଳ ଯୋଗୁଁ ଗୋଆ ,ତୁତିକୋରିନ୍ ପର୍ଯ୍ୟଟନ ସ୍ଥଳ ପରି ଓଡ଼ିଶାରେ ମଧ୍ୟ କେତେକ ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି ହୋଇ ପାରିବ ବୋଲି ଆଶା କରା ଯାଉଥିବା ବେଳେ ଏହି ଖେଳକୁ ଯୁବପିଢି ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ବଢାଇବା ସହିତ ପାରାଦୀପ ରେ ଏକ ତାଲିମ ଶିବିର କରି ସେମାନଙ୍କୁ ଜଣେ ଦକ୍ଷ ଖେଳାଳୀ ଭାବେ ପ୍ରତିଷ୍ଠିତ କରା ଯାଇ ପାରିବ ସେନେଇ ପ୍ରଚେଷ୍ଟା ଜାରୀ ରହିବ ବୋଲି ଓଡିଶା ଆଥଲେଟିକ୍ ଉପ ସଭାପତି ଗତିକୃଷ୍ଣ ଶତପଥୀ ପ୍ରକାଶ କରିଛନ୍ତି। ତେବେ ଏହି କାଇଟ୍ ସର୍ଫିଂ ଖେଳ ପ୍ରତି ଆକୃଷ୍ଟ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସବିରବକ୍ସ ପ୍ରଶିକ୍ଷଣ ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ତେବେ ଏହି କାଇଟ୍ ସଫିଂ ଖେଳ ଏକ ମଜାଦାର ଖେଳ ହୋଇଥିବା ରୁ ଅନେକ ଏଥିପ୍ରତି ଆକୃଷ୍ଟ ଥିବା ଜଣାପଡିଛି।