Plus Two Exam: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ (Plus Two Exam) ପାଇଁ ବଡ଼ ଖବର। ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ  ଫର୍ମ ପୂରଣ ଲାଗି ପୁଣି ଥରେ ଶେଷ ସୁଯୋଗ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education, Odisha)। ଫର୍ମ  ପୂରଣ  କରି ପାରିନ ନ ଥିବା ଛାତ୍ରଛାତ୍ରମାନେ ଆସନ୍ତା ୨୦ ରୁ ୨୨ ତାରିଖ ମଧ୍ୟରେ ଫର୍ମ  ପୂରଣ  କରିପାରିବେ (Plus Two exam form fill Up last date)।  ଫର୍ମ ପୂରଣ ଫି ଏସବିଆଇ କଲେକ୍ଟ ମାଧ୍ୟମରେ  ଦାଖଲ କରିପାରିବେ। ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ ଡକ୍ୟୁମେଣ୍ଟ ଦାଖଲ କରିବେ। ଏନେଇ ସିଏଚଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: କମିବ ଶୀତ, ଏହି ଦିନ ଠାରୁ ବର୍ଷା ଆଶଙ୍କା


ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା, କରେସପଣ୍ତନ୍ସ କୋର୍ଟର ପିଲାମାନେ ମଧ୍ୟ ୪୫୦ ଟଙ୍କା ଫାଇନ୍ ସହ ପୂରଣ କରିପାରିବେ। ସୂଚନା ଯୋଗ୍ୟ, ବିନା ଫାଇନରେ ନଭେମ୍ବର ୧ରୁ ୨୯ ତାରିଖ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ  ପାଇଁ ସିଏଚଏସଇ (CHSE, Odisha) ପକ୍ଷରୁ କୁହାଯାଇଥିଲା।  ଏହି ତାରିଖ ମଧ୍ୟରେ ଫର୍ମ ପୂରଣ ନ କରି ପାରି ନଥିବା ଛାତ୍ରଛାତ୍ରୀ ଡିସେମ୍ବର ୧ ରୁ ୪ ତାରିଖ ମଧ୍ୟରେ ୧୦୦ ଟଙ୍କା ଜୋରିମାନା ସହ ଫର୍ମ ପୂରଣ କରିଥିଲେ।  


ତଥାପି କିଛି ଛାତ୍ରଛାତ୍ରୀ ଫର୍ମ ପୂରଣ କରି ନପାରିବାରୁ  ପରେ ୬ରୁ ୭ ତାରିଖ  ଏବଂ ଗତ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣର ସୁଯୋଗ ଦେଇଥିଲା  ସିଏଚଏସି। ଏବେ ପୁଣି ଥରେ ଫର୍ମ ପୂରଣର ଅବଧି ବଢାଇଛି ପରିଷଦ । ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିଏଚଏସି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ। ପିଲାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫର୍ମ ପୂରଣର ଅବଧିକୁ ବୃଦ୍ଧି କରାଯାଇଛି। ମାତ୍ର ପୂର୍ବ ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପ୍ରାକ୍ଟିକାଲ୍ ଏବଂ ଥିଓରି ପରୀକ୍ଷା ହେବ ବୋଲି ସେ କହିଛନ୍ତି।