Odisha News: (ନିରଜ ଶତପଥୀ) ପୁଣି ଗଞ୍ଜେଇ ଗଛ କରାଗଲା ନଷ୍ଟ। ମାଛକୁଣ୍ଡ ପରେ ଏବେ ନନ୍ଦପୁର ବ୍ଲକ ରେ ପୁଲିସ ଓ  ଅବକାରୀ ବିଭାଗର ମିଳିତ  ଗ୍ରୀନ କ୍ଲିନ୍ ଅପରେସନ୍। ପାଡୁଆ ଥାନା ଅଧୀନ ଗୋଲୁର ପଞ୍ଚାୟତର ଗଙ୍ଗାଗୁଡ଼ା ଓ ଡୁମୁରିଗୁଡ଼ା ଗାଁ ନିକଟରେ ଚଢ଼ାଉ କରି ବହୁ ମାତ୍ରାରେ ଗଞେଇ ଗଛ କାଟିବା ସହ ନିଆଁ ଲଗାଇ ନଷ୍ଟ କରାଯାଇଛି। ଡିଜିପି ୱାଇ,ବି ଖୁରାନିଆଙ୍କ କୋରାପୁଟ ଗସ୍ତ ପରେ ଏବଂ ତାଙ୍କ ନିର୍ଦେଶରେ ଏହି ଗ୍ରୀନ କ୍ଲିନ୍ ଆରମ୍ଭ ହୋଇ ଥିବା ନନ୍ଦପୁର ଏସ ଡି ପି ଓ ସମ୍ବିତ କୁମାର ମାଝି ସୁଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜିର ଏହି ଅଭିଯାନରେ ନନ୍ଦପୁର ଏସଡି ପି ଓ ସମ୍ବିତ କୁମାର ମାଝୀଙ୍କ ନେତୃତ୍ୱରେ ପ୍ରବେଶନ ଅଧିକାରୀ ପାଣ୍ଡବ ଶବର, ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ, ଏସ ଆଇ ହିମାଂଶୁ ବେନିଆ,ଅବକାରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିବାଙ୍ଗି ଆନନ୍ଦ, ନନ୍ଦପୁର ଭାରପ୍ରାପ୍ତ ଅଧିକାରୀ ଅଭୟ ନାୟକ, ପଟାଙ୍ଗି ଅବକାରି ଭାରପ୍ରାପ୍ତ ଅଧିକାରୀ ନୀଳମଣି ଲାହାଜାଲ, ଚନ୍ଦ୍ର ଶେଖର ପଡ଼ିହାରି, ସଞ୍ଜୟ କୁମାର କାଣ୍ଡି ,ରାଜସ୍ୱ ବିଭାଗ, ବନ ବିଭାଗ କର୍ମଚାରୀ ଏବଂ ଆଇ ଆର ବି ଯବାନ ସାମିଲ ହୋଇଥିଲେ। 



ଏହି ଅଭିଯାନରେ ମୋଟ ୧୯ ଏକର ସରକାରୀ ଜମିରେ ବେନିୟମ ଭାବେ ଲାଗିଥିବା ୨୨ ହଜାର ୮୦୦ ଗଞେଇ ଗଛ ନଷ୍ଟ କରିଛନ୍ତି। ପୋଲିସ ପକ୍ଷରୁ ସ୍ଥାନୀୟ ଚାଷୀମାନଙ୍କୁ ଗଞେଇ ଚାଷ ଠାରୁ ନିବୃତ ରହି ଅନ୍ୟାନ୍ୟ ଲାଭ ଦାୟକ ଫସଲ ଉତ୍ପାଦନ କରି ନିଜକୁ ସମୃଦ୍ଧ କରିବା ପାଇଁ ନିବେଦନ କରାଯାଇଛି।