କୋରାପୁଟ: ଜିଲ୍ଲା ଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ କରାଯାଇଛି। କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ଦୋକାନ, ବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିଛି। ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ, ଜିଲ୍ଲା ଓକିଲ ସଂଘ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ପାର୍ବଣ ସମୟ ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯୋଗୁ ସେମାନଙ୍କ ପାଇଁ କୋହଳ କରାଯିବ। ବିଶେଷ କରି ଜରୁରୀ କାଳିନ ସେବାକୁ ବ୍ୟାହତ କରାଯିବ ନାହିଁ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ଜିଲ୍ଲା ବାହାରୁ ଅନେକ ନିଯୁକ୍ତି ପାଉଥିବା ବେଳେ ସୁବିଧା ଦେଖି ପରବର୍ତ୍ତୀ ମୁହୁର୍ତ୍ତରେ ସେମାନେ ନିଜ ଜିଲ୍ଲାକୁ ଚାଲି ଯାଉଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସକାଳ ୬ ଟାରୁ ଲକ୍ଷ୍ମୀପୁର ଆମ୍ବେଦକର ଛକ ନିକଟରେ ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବସ ଟ୍ରକ ସହିତ ଯାନବାହାନ ଅଟକି ରହିଛି। ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ଯୁବକ ମାନେ ଏଥିରେ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ନିୟୋଜିତ ରହିଛନ୍ତି।


ଅଧିକ ପଢନ୍ତୁ...


ଜିଲ୍ଲା କାରାଗାରରେ ଅତର୍କିତ ଚଢ଼ାଉ, ବିପୁଳ ପରିମାଣର


https://zeenews.india.com/hindi/zeeodisha/state-news/raid-in-the-district-jail-baragada/2458395