Khorda News: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ “ଲଭ୍ ଜିହାଦ୍” ଘଟଣା (Love Jihad Case in Khurda) । “ଲଭ୍ ଜିହାଦ୍” ଶୀକାର ହୋଇ ପ୍ରଥମେ ଜଣେ ଯୁବତୀ ଜୀବନ ହାରିଥିଲେ । ଆଉ ଏବେ ତାଙ୍କ ବାପା ଜୀବନ ହାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଯୁବତୀ ଜଣକ  ଗତ ଅକ୍ଟୋବର ୧୪ ତାରିଖ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ।


COMMERCIAL BREAK
SCROLL TO CONTINUE READING

Also Read: Vigilance Raid: ଘର ନୁହେଁ ଟଙ୍କାର ଖଣି କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ, ଜବତ ହେଲାଣି ୩ କୋଟି ନଗଦ ! ଦେଖନ୍ତୁ ଭିଡି଼ଓ


Also Read: Odisha HomeGuard Service: ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା, ଜାଣନ୍ତୁ ଏହା କେବେଠୁ ହେବ ଲାଗୁ?


ପୁରା ଘଟଣାକ୍ରମ କଣ ,ଜାଣନ୍ତୁ :


ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ ଯୁବତୀ ନିକଟସ୍ଥ ଖଜୁରୀପଡ଼ା ଗାଁର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମୃତଜ୍ ସାହାଙ୍କ ପୁଅ ସତଜ୍ ସାହାଙ୍କୁ ଭଲ ପାଇ ବସିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଥରେ ସତଜ୍ ନାବାଳିକାଙ୍କୁ ଭୁଆଁ ବୁଲାଇ ନେଇ ତାଙ୍କ ବସ୍ତିରେ କେଉଁଠି ଲୁଚାଇ ରଖିଥିଲା। ପରିବାର ପକ୍ଷରୁ ଅଭିଯୋଗ ପରେ ସତଜ୍ ଯୁବତୀ ଜଣଙ୍କୁ ଛାଡ଼ି ଦେଇଥିଲା। ଏହାକୁ ନେଇ ନିରାକାରପୁର ଥାନାରେ ଉଭୟଙ୍କ ପରିବାର ପକ୍ଷରୁ ଏକ ଆପୋଷ ବୁଝାବଣା ହୋଇଥିଲା। ତେବେ, ଏହି କମ୍ପ୍ରମାଇଜ୍ ପାଇଁ ଯୁବତୀଙ୍କୁ ଜୀବନ ହାରିବାକୁ ପଡ଼ିଥିଲା। ନିଜର ଭୁଲ୍ ବୁଝିପାରି ଯୁବତୀ ସତଜଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ। କିନ୍ତୁ, ସତଜ୍ ଯୁବତୀଙ୍କ ସହିତ ଜୋର୍ ଜବରଦସ୍ତ ପ୍ରେମ ସଂପର୍କ ରଖିବାକୁ ଚାହୁଁଥିଲା। 


ଏଥିପାଇଁ ସତଜ୍ ଏବଂ ତାଙ୍କର ୪ ଭାଇ ଯୁବତୀଙ୍କୁ ଧମକ୍ ଚମକ୍ ଦେଉଥିଲେ। ପାଖରେ ଥିବା ପୁରୁଣା ଫଟୋ ଭାଇରାଲ୍ କରିଦେବାର, ମୁହଁରେ ଏସିଡ୍ ପକାଇ ଦେବା ଆଦି ନେଇ ଧମକ୍ ଦେଉଥିଲେ। ଶେଷରେ ଭୟରେ ମରଣକୁ ବରଣ କରି କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଦେଇଥିଲେ ଯୁବତୀ। ଏହାପରେ ପୋଲିସ ସତଜ୍ ସମେତ କିଛି ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା। ତେବେ, ସେବେଠାରୁ କେସ୍ ଉଠାଇନେବା ପାଇଁ ଯୁବତୀଙ୍କ ପରିବାର ଉପରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଉଥିଲା। ସେହିଦିନ ଠାରୁ ପୂରା ପରିବାର ମାନସିକ ଚାପରେ ରହି ଆସୁଥିଲେ। ଏବେ ସେହି କେସ୍ ଉପରେ ଯୁବତୀଙ୍କ ସାନ ଭଉଣୀଙ୍କ ପାଖକୁ କୋର୍ଟରେ ହାଜିର୍ ପାଇଁ ସମନ୍ ପହଞ୍ଚିଥିଲା। କିନ୍ତୁ, ଏଇ ବୁଧବାର ରାତିରେ ଯୁବତୀଙ୍କ ବାପା  ଛାତ ଉପରେ ଶୋଇବାକୁ ଯାଉଛି କହି ଯାଇଥିବା ବେଳେ ଭୋରରୁ ବାରିପଟ ପିଜୁଳି ଗଛରେ ଆତ୍ମହତ୍ୟା କରିଥିଲେ। ଏହା ହତ୍ୟା ନାଁ,ଆତ୍ମହତ୍ୟା । ପୋଲିସ ଶବ ଜବତ କରି ପୋଷ୍ଟମଟମ୍ ପାଇଁ ପଠାଇଦେଇଛି।


ଯୁବତୀଙ୍କ ମୃତ୍ୟୁର କିଛିଦିନ ପରେ ବିଜେପି ତଥା ହିନ୍ଦୁ ମହାସଭା ନେତ୍ରୀ ହରପ୍ରିୟା ସାହୁ ଯୁବତୀଙ୍କ ପରିବାରକୁ ଯାଇ ଭେଟି ସାନ୍ତ୍ୱନା ଦେବା ସହ ନିରାକାରପୁର ଠାରେ ଆୟୋଜିତ ଏକ ଧର୍ମସଭାରେ ଯୋଗଦେଇ ଯୁବତୀଙ୍କମା''ଙ୍କ ଉପସ୍ଥିତିରେ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧ ପାଇଁ ଆହ୍ୱାନ୍ ଦେଇଥିଲେ। ଏବେ  ଯୁବତୀଙ୍କ ବାପାଙ୍କ ମୃତ୍ୟୁ ପରେ ଯୁବତୀଙ୍କ ମାଆଙ୍କୁ ସିଧାସଳଖ କମ୍ପ୍ରମାଇଜ୍ ପାଇଁ ଦାବି କରାଯାଇଛି । ହରପ୍ରିୟା କହିଛନ୍ତି, "ଦି କେରଳ ଷ୍ଟୋରୀ"ରେ ଲଭ୍ ଜିହାଦର କରୁଣ ପରିଣତିର ବାସ୍ତବ ଚିତ୍ରକୁ ରିଲ୍ ମାଧ୍ୟମରେ ଦେଖାଯାଇଛି। କିଛି ଲୋକଙ୍କୁ ଏହା ମିଛ ପ୍ରୋପଗଣ୍ଡା ବୋଲି ଲାଗୁଛି। ଆଉ, ଏଠି ଦି ଓଡ଼ିଶା ଷ୍ଟୋରୀରେ ରିଅଲ୍ ଲାଇଫରେ ଲଭ୍ ଜିହାଦର କରୁଣ ପରିଣତି ସ୍ୱରୂପ ଝିଅ ପରେ ଜୀବନ ହାରିଲା ବାପା। ଘଟଣାର ନିରପେକ୍ଷ ତଥା ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କୁ ଦଣ୍ଡିତ କରିବା ସହ ପୀଡିତାଙ୍କ ପରିବାରକୁ ସୁରକ୍ଷା, ଆଇନଗତ ସହାୟତା ତଥା ଆର୍ଥିକ ସହଯୋଗ ପ୍ରଦାନ ନିମନ୍ତେ ପ୍ରଶାସନ ତଥା ସରକାରଙ୍କ ନିକଟରେ ଦାବି କରିଛନ୍ତି ହରପ୍ରିୟା ସାହୁ।