Weather Update: ବର୍ଷାରେ ଭିଜୁଛି ସାରା ରାଜ୍ୟ (rain in odisha) । ସୃଷ୍ଟି ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର । ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ।  ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ  କରିବାର ସମ୍ଭାବନା ରହିଛି (Low pressure-induced heavy rain hits several parts of Odisha) । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ  ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଖାସ୍ କରି ଗତକାଲି ରାତିରୁ ଟ୍ବିନ୍ ସିଟିରେ ବର୍ଷା ଲାଗି ରହିଛି। ଏପରି ପାଗ ଆଉ ଦୁଇ ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (imd) ପକ୍ଷରୁ ଆକଳନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

Also Read: Shani Dev Rajyog: ଏହି ୪ ରାଶିଙ୍କ ଭାଗ୍ୟରେ ସୁନା କଳସ ଢାଳିବେ ଶନିଦେବ, ଭୋଗ କରିବେ ରାଜସୁଖ


 



ଆସନ୍ତା ୨୪ ଘଣ୍ଟା ମଧ୍ୟରେ  କଳାହାଣ୍ଡି, ନୂଆପଡ଼ା ବଲାଙ୍ଗୀର, ବରଗଡ଼, କନ୍ଧମାଳ, ବୌଦ୍ଧ, ସୋନ୍‍ପୁର, ସମ୍ବଲପୁର, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।   ଏହିସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ। ସେହିପରି ନୟାଗଡ଼, କୋରାପୁଟ, ମାଲକାନଗିରି ରାୟଗଡ଼ାଗଜପତି, କଟକ, ଅନୁଗୁଳ ପ୍ରଭୃତି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି (Yellow alert) କରାଯାଇଛି। ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ, ରାୟଗଡାର ଆମ୍ବାଡୋଲାରେ ୧୯୦ ମିମି ବର୍ଷା ରେକର୍ଡ଼ ହୋଇଛି । କଳାହାଣ୍ତି ଜିଲ୍ଲା ଲାଞ୍ଜିଗଡରେ ୧୬୦ ଓ ଦାରିଙ୍ଗବାଡି଼ରେ ୧୩୦ ଓ ଚିତ୍ରକୋଣ୍ତା କେ ବୋରିଗୋମ୍ମାରେ  ୧୨୦ ମିମି ବର୍ଷା ରେକର୍ଡ଼ ହୋଇଛି।  ଗୋପାଳପୁରରେ ସର୍ବାଧିକ ୭୪.୨ ମିଲିମିଟର, ନବରଙ୍ଗପୁରରେ ୭୨ ମିଲିମିଟର, ଛତ୍ରପୁରରେ ୫୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  (Heavy rainfall ) ସମ୍ଭାବନା ଥିବାରୁ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଏସଆରସି (SRC)ନିର୍ଦ୍ଦେଶ ଦେଇଛନ୍ତି। ଭାରି ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମିପାରେ ବୋଲି ଆଶଙ୍କା ରହିଛି । ତେଣୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି (SRC) କହିଛନ୍ତି। 


 



ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ ୮୯୧.୮ ମି.ମି ବର୍ଷା ହୋଇଯାଇଛି । ଯାହାକି ସ୍ବାଭାବିକ ବର୍ଷା ୧୦୧୮.୪ ମି.ମି ତୁଳନାରେ ୧୨% କମ୍‌ ଅଟେ। ଏହି ସମୟ ମଧ୍ୟରେ ୧୦ ଜିଲ୍ଲାରେ ଅଭାବୀ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ରାଜ୍ୟରେ ଅଗଷ୍ଟ ୩୧ ସୁଧା ୧୪ ପ୍ରତିଶତ ନିଆଷ୍ଟିଆ ବର୍ଷା ହୋଇଛି । ଯଦିଓ ଗାଣେତିକ ଭାବେ ଏହାର ପରିମାଣ ସ୍ବାଭାବିକ ଶ୍ରେଣୀରେ ଆସୁଛି । ମାତ୍ର ଫସଲର ଅବସ୍ଥା ଏହି ପାଣିପାଗର ଅଙ୍କଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି ।  ବର୍ତ୍ତମାନ ୧୯ଟି ଜିଲ୍ଲାରେ ଫସଲ ଅବସ୍ଥା ସଙ୍କଟାପନ୍ନ ଭିତରେ ରହିଥିବା ବେଳେ ସମ୍ଭବତଃ ୨୦୦୨ ମରୁଡି ବର୍ଷ ପରି  ଚଳିତ ବର୍ଷ କେତେକ ସ୍ଥାନରେ ମରୁଡି ଦେଖାଦେଇଛି ବୋଲି  କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମରୁଡିର ପ୍ରାଥମିକ ଆକଳନ ବ୍ଲକ୍ ବା ପଞ୍ଚାୟତ ସ୍ତରରେ କରାଯାଇଥାଏ। ଏଭଳି ପରିସ୍ଥିତିକୁ ଦେଖିଲେ ବର୍ତ୍ତମାନ ସୁଧା ଫସଲରେ କ୍ଷତି ହୋଇଥିବା ସେ କହିଛନ୍ତି।  ଯାହା ଦ୍ବାରା ସେପ୍ଟେମ୍ବର ମାସରେ ବର୍ଷା ହେଲେ ମଧ୍ୟ ଏହା ଫସଲର ଆବଶ୍ୟକତା ଭରଣ କରିପାରିବ ନାହିଁ  ବୋଲି ସେ କହିଛନ୍ତି । ରାଜ୍ୟରେ ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ମଧ୍ୟ ହତାଶ ହୋଇଛି।