ପାଗଳ ବିଲୁଆ ଆତଙ୍କ; ୧୩ ଆହତ ଓ ୨ ଗୁରୁତର
Fox attack: ଗତକାଲି ରାତିରେ ଏହି ବିଲୁଆ ଅସ୍ତରଙ୍ଗ ବ୍ଲକର ବନ୍ଦାରୀ, ବଙ୍କୁରୀରେ ମଣିଷ ଉପରେ ଆକ୍ରମଣ କରିଥିଲା। ଗ୍ରାମବାସୀଙ୍କ ଆଖିରୁ ନିଜ ହଜାଇ ଦେଇଛି ପାଗଳ ବିଲୁଆ।
ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପାଗଳ ବିଲୁଆ ଆତଙ୍କ ବଢ଼ି ଚାଲିଛି। ଅସ୍ତରଙ୍ଗରେ ବିଲୁଆ କାମୁଡ଼ାରେ ୧୩ ଜଣ ଆହତ ଓ ୨ ଜଣ ଗୁରୁତର ହୋଇଛନ୍ତି। ଅସ୍ତରଙ୍ଗ ବ୍ଲକର ପାଞ୍ଚଟି ଗାଁରେ ଗତ ଦୁଇ ଦିନ ହେବ ପାଗଳ ବିଲୁଆ ଆତଙ୍କ ଖେଳାଇଥିଲା। ସମସ୍ତ ଆହତ ଓ ଗୁରୁତରଙ୍କୁ ଚାରି ଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଲୋକମାନେ ସଙ୍ଘବଦ୍ଧ ଭାବେ ପାଗଳ ବିଲୁଆକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।
ତେବେ ଗତକାଲି ରାତିରେ ଏହି ବିଲୁଆ ଅସ୍ତରଙ୍ଗ ବ୍ଲକର ବନ୍ଦାରୀ, ବଙ୍କୁରୀରେ ମଣିଷ ଉପରେ ଆକ୍ରମଣ କରିଥିଲା। ଗ୍ରାମବାସୀଙ୍କ ଆଖିରୁ ନିଜ ହଜାଇ ଦେଇଛି ପାଗଳ ବିଲୁଆ। ଗତ ଦୁଇଦିନରେ ଲୋକଙ୍କ ଘରେ ପଶି ୧୩ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ି ଆହତ କରିଛି ପାଗଳ ବିଲୁଆ। ଗତକାଲି ରାତିରେ ବନ୍ଦାରୀ ଗାଁର ନାରାୟଣ ନାୟକ ବିଲୁଆ ସହ ଅଧ ଘଣ୍ଟା ଧରି ଲଢେଇ କରିଥିଲେ। ଫଳରେ ବିଲୁଆ କାମୁଡ଼ାରେ ନାରାୟଣ ଗୁରୁତର ହୋଇଥିଲେ।