ଭୁବନେଶ୍ୱର: ଯେଉଁମାନେ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । ମଧୁବାବୁ ପେନସନ ଯୋଜନାରେ ୫୦୦ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ହିତାଧିକାରୀଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ମିଳିବ । ଚଳିତ ମାସରୁ ଏହି ବର୍ଦ୍ଧିତ ରାଶି ହିତାଧିକାରୀଙ୍କୁ ମିଳିବ ।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଥିବା ପେନସନ ରାଶି ହିସାବରେ ହିତାଧିକାରୀଙ୍କୁ ବିଭିନ୍ନ ବର୍ଗରେ ୫ଶହ, ୭ଶହ ଏବଂ ୯ଶହ ଟଙ୍କା ମିଳୁଥିଲା । ସେହି କ୍ରମରେ ବର୍ତ୍ତମାନ ସେମାନଙ୍କୁ ୧ ହଜାର, ୧୨ଶହ ଏବଂ ୧୪ ଶହ ଟଙ୍କା ମିଳିବ । ବର୍ଦ୍ଧିତ ପେନସନ ରାଶି ପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ ।


ସୂଚନାଯୋଗ୍ୟ, ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ୪ ଲକ୍ଷ ନୂଆ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ଯୋଡି ହୋଇଥିଲେ । ଗତବର୍ଷ ୪.୧୩ ଲକ୍ଷ ବଢିଥିବା ସମୟରେ ବର୍ତ୍ତମାନ ମୋଟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଲାଭ ପାଇବେ । 


Also Read- Surya Gochar 2024: ବର୍ଷେ ପରେ କୁମ୍ଭରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୪ଟି ରାଶିକୁ ଅଧିକ ଲାଭ !


Also Read- Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ