Odisha News: ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ପରେ ଆଜି ମାଣ୍ଡିପଙ୍କା ଗାଁରେ ପହଞ୍ଚିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର। ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ରାଜ୍ୟ ସରକାରଙ୍କ ଏ ଘଟଣାରେ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ସମାଲୋଚନା କରିଛନ୍ତି। ସେ କହିଛନ୍ତି କି, ଏ ଘଟଣାରେ ଭୁବନେଶ୍ବରରେ ଚିତ୍ର ଅଲଗା ହେଉଛି। ଯେଉଁମାନେ ଚିତ୍ର ଅଲଗା କରି ବିବୃତି ଦେଉଛନ୍ତି, ସେମାନେ ଏଭଳି ଦାୟିତ୍ବହୀନ ବିବୃତି ଦିଅନ୍ତୁ ନାହିଁ। କାହିଁକି ନା ଇଏ ଏକ ବିପଦର ବେଳ। ସରକାର ମାଣ୍ଡିପଙ୍କା ଗାଁରେ ରିଲିଫ କ୍ୟାମ୍ପ କରି ଲୋକଙ୍କୁ ମାସେ ଦୁଇ ମାସ ଧରି ଭରଣ ପୋଷଣ କରିବା ଦରକାର।


COMMERCIAL BREAK
SCROLL TO CONTINUE READING

ଏହା ସହିତ ମୁଖ୍ୟମନ୍ତ୍ରୀ ଖୋଦ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ, ଏଭଳି ସମୟରେ ସେ ମାଣ୍ଡିପଙ୍କା ଗାଁକୁ ଆସି ଲୋକଙ୍କ ଦୁଃଖ ବୁଝିବା ଦରକାର ବୋଲି କହିଛନ୍ତି ! କେବଳ ଆରଡ଼ିସି ତଦନ୍ତ କରି ଦେଲେ ଲୋକଙ୍କ ଅଭାବ ପୂରଣ ହେବ ନାହିଁ ! ଏଭଳି କଡା ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜୟ ମହାପାତ୍ରଙ୍କ ଗସ୍ତ ସମୟରେ ଜି.ଉଦୟଗିରିର ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ଉପସ୍ଥିତ ରହି ସରକାର ପ୍ରତି ମାସରେ ଲୋକଙ୍କୁ ଚାଉଳ ଦେବାକୁ ଦାବି କରିଛନ୍ତି।