ମନମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
Mao dump detect: ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ୍ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦୁଇଟି ମାଓ ଶିବିର ଠାବ ହୋଇଛି। ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ। ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ୍ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
ସେହିପରି ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR , ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଥିଲା। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଥିଲା। ଏ ନେଇ ସୂଚନା ଦେଇଥିଲେ ବସ୍ତର ଆଇଜି ପି. ସୁନ୍ଦରରାଜ।