କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ନରମ ଭାବ ଆପଣାଇଥିବାରୁ ଆନ୍ଧ୍ର ବାରମ୍ବାର ଅନୁ ପ୍ରବେଶ କରିବାରେ ଲାଗିଛି। କୋଟିଆ ଓଡ଼ିଶାର ଏବଂ ରାଜ୍ୟ ସରକାର ଏଠାରେ ୧୫୦ କୋଟି ଟଙ୍କା ପ୍ୟାକେଜ ମାଧ୍ୟମରେ ଉନ୍ନତି କରିଥିବା ସତ୍ବେ ଏଠାକାର ଅଞ୍ଚଳବାସୀ ଦୁଇ ରାଜ୍ୟର ସୁବିଧା ଆପଣାଇବାକୁ ଅଧିକ ଶ୍ରେୟସ୍କର ମଣୁଛନ୍ତି । ଏଠାକାର ଯୁବ ପିଢ଼ି ଆନ୍ଧ୍ର ଯାଉଛନ୍ତି ଦାଦନ ଖଟିବାକୁ। ନିକଟରେ ତକ ଗଞ୍ଜେଇ ପଦରର ଜଣେ ଯୁବକ ଆନ୍ଧ୍ରର ରାଜମନ୍ଦ୍ରି ଠାରେ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିଲେ। ଏପରି ସ୍ଥିତିରେ ଆନ୍ଧ୍ରକୁ ସୁଯୋଗ ମିଳୁଛି। ଆଉ ଆନ୍ଧ୍ର କୋଟିଆରେ ଅନୁ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି।


COMMERCIAL BREAK
SCROLL TO CONTINUE READING

ଗତ ୨୧ ତାରିଖରେ ଆନ୍ଧ୍ର ପକ୍ଷରୁ ଫାଟୁ ସିନେରିରେ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ଠିକ୍ ଏହାର ସପ୍ତାହକ ଭିତରେ କଟିଆରେ ଆନ୍ଧ୍ର ପୁଣି ଅନୁ ପ୍ରବେଶ କରି ଶୁକ୍ରବାର ଦିନ ଧୂଳି ପଦର୍ ଗ୍ରାମରେ ଜାଗାନ୍ନା ଆରୋଗ୍ୟ ମେଗା ସ୍ୱାସ୍ଥ୍ୟ ମେଳା ଆୟୋଜନ କରିଛି। କୋଟିଆର ନେରେଡିବାଳସା, ଆରଜୁ ବାଳସା, ତାଡି ବାଲାସା, ଧୂଳି ପଦର ସମେତ ଅନ୍ୟାନ୍ୟ ଗ୍ରାମର ଲୋକେ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଆନ୍ଧ୍ର ପ୍ରଦେଶ ଏସଟି କମିଶନ DVG ଶଙ୍କର ରାଓ ମେଗା ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ପ୍ରଶଂସା କରିବା ସହିତ ଲୋକଙ୍କୁ ରୋଗମୁକ୍ତ ରଖିବ ଦିଗରେ ସ୍ୱାସ୍ଥ୍ୟ ମେଳାର ଆବଶ୍ୟକତା ରହିଥିବା ଏବଂ ଘରେ ଘରେ ସ୍ୱାସ୍ଥ୍ୟର ପହଞ୍ଚି ପାରିଲେ ଆନ୍ଧ୍ର ରୋଗମୁକ୍ତ ରାଜ୍ୟ ହୋଇ ପାରିବ ବୋଲି କହିଥିଲେ। କୋଟିଆ ଅଞ୍ଚଳର ବହୁ ସଂଖ୍ୟାରେ ଲୋକେ ଆନ୍ଧ୍ରର ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଶାସନ ସଚିବ ଦାଣ୍ଡି ଶ୍ରୀନିବାସ ରାଓ, ଉପ-ସାଂସଦ ରେଡ୍ଡୀ ସୁରେଶ କୁମାର, ଜିଲା ସେବାଦଲ ସଭାପତି ସୁଭଦା ରାମକୃଷ୍ଣ, ଡେପୁଟି ଡିଏମଏଚୋ ଶିବ କୁମାର, ମଣ୍ଡଳ YSRCP ପାର୍ଟି ସଭାପତି ସୁଭଦା ଭାରତ ସେନୁ, ସରପଞ୍ଚ, MPTC, MPDO ଶ୍ରୀମତୀ ପାର୍ବତୀ, ସଚିବାଳୟ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ସମସ୍ତେ ଏହି ଅବସରରେ ଉପସ୍ଥିତ ଥିଲେ।


Also Read- Ollywood News: ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ


Also Read- SBI Clerk Recruitment 2023: ସରକାରୀ ଚାକିରି ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ