Odisha Election 2024: ରାୟଗଡା ବାରିଝୋଲା ସ୍ଥିତ ଜେଏସକୋ ପଡିଆରେ ଆୟୋଜିତ ବିଜେପିର ବିଶାଳ ନିର୍ବାଚନୀ ପ୍ରଚାର ଆୟୋଜିତ ହୋଇଛି । ବିଜେପିର ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯୋଗ ଦେଇ କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଓଡିଶାରେ ବିଜେଡି ସରକାର ଯାହା ଆଶ୍ୱସନା ଦେଉଛି ତାହା ପୂରଣ କରୁନଥିବାରୁ ରାଜ୍ୟରୁ ଗରିବ ହଟୁନି। ଓଡିଶାରେ ବିଜେପି ସରକାର ଆସିଲେ ପକ୍କା ଘର, ପାଇଖାନା, ପାଇପ ଯୋଗ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଏଲପିଜି ଗ୍ୟାସ୍ ସିଲିଣ୍ଡର ଯୋଗାଣ ହେବ । ସରକାର ଗଢିବାର ଦୁଇ ବର୍ଷ ମଧ୍ୟରେ ସମସ୍ତଙ୍କୁ ଆୟୁଷ୍ନାନ ଭାରତ ଯୋଜନାରେ ସାମିଲ କରାଯାଇ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମାରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ରାଜନାଥ ଘୋଷଣା କରିଛନ୍ତି । ଏ ଥର ଓଡିଶାର ନିର୍ବାଚନୀ ହାୱା ପରିବର୍ତନ ଲାଗୁଛି ।ଲୋକେ ଏବେ ପରିବର୍ନ ଚାହୁଁଛନ୍ତି । ଓଡିଶାରୁ ୭ ରୁ ୧୦ ସାଂସଦ ନିର୍ବାଚିତ ହେଉଥିଲେ । ହେଲେ ଚଳିତ ନିର୍ବାଚନରେ ଓଡିଶାରେ ୨୧ ରୁ ୨୧ ଆସନରେ ଭାରତୀୟ ଜନତା ପାର୍ଟୀ ବିଜୟୀ ହେବ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରର ମୋଦି ସରକାରଙ୍କ ୧୦ ବର୍ଷ ଶାସନରେ ଦେଶର ୨୫ କୋଟି ଲୋକ ଗରିବ ରେଖା ଉପରକୁ ଆସିଛନ୍ତି । ପୁଣି ଥରେ ବିଜେପି ସରକାର ଆସିଲେ ଆସନ୍ତା ୧୦ରୁ ୧୫ ବର୍ଷ ମଧ୍ୟରେ ସମଗ୍ର ଦେଶରୁ ଗରିବ ହଟିବ ବୋଲି ସେ କହିଛନ୍ତି । ଏବେ ଭାରତ ସମଗ୍ର ଦୁନିଆରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି । ଭାରତର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଆସନ୍ତା ୨୦୨୭ ବେଳକୁ ଭାରତ ତୃତୀୟ ସ୍ଥାନରେ ପହଂଚିବ ବୋଲି କହିଛନ୍ତି ରାଜନାଥ । କଂଗ୍ରେସ ସମ୍ବିଧାନ ବଦଳାଇଛି ବିଜେପି ନୁହେଁ ବୋଲି ରାଜନାଥ କହିଛନ୍ତି । ଏହି ସଭାରେ ଜିଲା ସଭାପତି ଶିବ ପଟ୍ଟନାୟକ ଯୋଗ ଦେଇ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିବା ସହ ବିଜେପିର କୋରାପୁଟ ସାଂସଦ ପ୍ରାର୍ଥୀ ଓ ତିନି ବିଧାୟକଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଛନ୍ତି।


ଏହି ନିର୍ବାଚନୀ ସଭାରେ କୋରାପୁଟ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ପ୍ରତିଶ୍ରୁତି ଦେଇଛନ୍ତ ଯେ ରାୟଗଡାକୁ ଆମେ ନିଶ୍ଚିତ ଭାବେ ଏକ ନମ୍ବର କରିବୁ। ଡଙ୍ଗରିଆମାନଙ୍କ ସମସ୍ୟାର ସମାଧାନ, କାଶୀପୁର ବ୍ଲକର ଝୋଡିଆମାନଙ୍କ ସମସ୍ୟାକୁ ଆମେ ସମାଧାନ କରିବୁ, ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପାନୀୟ ଜଳର ସମସ୍ୟା, ରାସ୍ତାଘାଟର ସମସ୍ୟାକୁ ଏ ସରକାର ଦୃଷ୍ଟି ଦେଇ ନାହାଁନ୍ତି । ମୋଦି ସରକାର ଆସିଲେ ଏହି ସବୁ ସମସ୍ୟାର ସମାଧାନ ହୋବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ । ଏହି ସଭାରେ ରାଜସ୍ଥାନର ରାଜ୍ୟସଭା ସାଂସଦ ଚୁନେଲାଲ ଗରାସିଆ, ରାୟଗଡା ବିଧାନସଭା ପ୍ରାର୍ଥୀ ବସନ୍ତ କୁମାର ଉଲ୍ଲାକା, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।