କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଡଙ୍ଗାରେ ଥିବା କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡିଗଲେ ନାବାଳିକା
Minor girl dies: ବହୁ ସମୟ ପରେ ପୋଖରୀରୁ ସବିତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସବୁଠି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆନନ୍ଦ ଉଲ୍ଲାସର ମାହୋଲ ଥିବା ବେଳେ ନାବାଳିକାଙ୍କ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ୁଛି।
ମାଲକାନଗିରି: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ। ପାଣିରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନଗିରି ଜିଲା ସଦର ଥାନା ଚମ୍ପାନଗରରେ ଘଟିଛି। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ଆଜି ଭୋର ସକାଳୁ ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ସାବିତ୍ରୀ ହନ୍ତାଳ ନିଜର ସାଙ୍ଗମାନଙ୍କ ସହ ନିକଟସ୍ଥ ପୋଖରୀକୁ ଭସାଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ ଯାଇଥିଲେ। ତେବେ ଟଙ୍କା ସଂଗ୍ରହ କରୁଥିବା ବେଳେ ସାବିତ୍ରୀ ପାଣିରେ ବୁଡିଯାଇଥିଲେ। ଅନ୍ୟ ସାଙ୍ଗମାନେ ଏହା ଦେଖି ଦୌଡ଼ି ପଳାଇଥିଲେ। କିନ୍ତୁ ଏ ନେଇ କାହାରିକୁ କିଛି କହିନଥିଲେ। ସାବିତ୍ରୀଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ସେ ପାଣିରେ ବୁଡି ଯାଇଥିବା ଖବର ପାଇଥିଲେ। ବହୁ ସମୟ ପରେ ପୋଖରୀରୁ ସବିତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସବୁଠି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆନନ୍ଦ ଉଲ୍ଲାସର ମାହୋଲ ଥିବା ବେଳେ ନାବାଳିକାଙ୍କ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ୁଛି।