ଭୁବନେଶ୍ୱର: 'ମୋ ବସ୍‌'ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ସବୁ ମୋ ବସର ସ୍ପିଡ ଘଣ୍ଟା ପ୍ରତି ୪୦ରୁ କମ୍ ରହିବ । କେବଳ ସେତିକି ନୁହେଁ ବେପରୁଆ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ମୋ ବସ୍ ଡ୍ରାଇଭର ଏବଂ କର୍ମଚାରୀ ଗାଡିରେ ପ୍ରବେଶ ପୂର୍ବରୁ ମଦ ପିଇଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ । ଡ୍ରାଇଭର ମାନଙ୍କ ଲାଇସେନ୍ସ ଚେକିଂ କରାଯିବ । ସହର ବାହାରକୁ ଯାଉଥିବା ମୋ ବସର ସ୍ପିଡ ୫୦ ମଧ୍ୟରେ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ନିକଟରେ ମୋ ବସ ଅନେକ ଦୁର୍ଘଟଣାର ଶିକାର ହେଉଥିବା ଖବର ସାମ୍ନାକୁ ଆସିଥିଲା । ୪ ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା ମୋ ବସ୍ । ଉକ୍ତ ଯୁବତୀଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଟକ ନେତାଜୀ ବସ୍ ଟର୍ମିନାଲରେ ମଧ୍ୟ ଗତ ୨୯ ତାରିଖ ଦିନ ଏକ ଦୁର୍ଘଟଣା ଘଟାଇଥିଲା ମୋ ବସ୍ । ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ବସରୁ ଓହ୍ଲାଇବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।


Also Read- କେଶ ଝଡିବା ସମସ୍ୟା ପାଇଁ ମହଙ୍ଗା ତେଲ ଏବଂ ଔଷଧ ସତରେ କଣ ଫଳପ୍ରଦ ? ଜାଣନ୍ତୁ


Also Read- Top 10 News: ଧନ୍ୟବାଜ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ... ଖବର ସହ ଅନ୍ୟାନ୍ୟ ଅପଡେଟ୍