Odisha News: ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ ଅନୁଷ୍ଠିତ
Odisha News: ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ। ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା। ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା।
Odisha News: (ଅଜୟ କୁମାର ନାଥ) ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ ଅନୁଷ୍ଠିତ। ଗତକାଲି ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ସାଂସଦମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରାଯାଇଥିଲା।
ବୈଠକରେ ଯୋଗଦାନ କରିଥିବା ମାନ୍ୟବର ସାଂସଦମାନେ ହେଲେ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ସାଂସଦ / ବଲାଙ୍ଗୀର, ପ୍ରଦୀପ ପୁରୋହିତ, ସାଂସଦ / ବରଗଡ଼, ନିରଞ୍ଜନ ବିଶି, ମ ସାଂସଦ / ରାଜ୍ୟସଭା, ମାଳବୀକା ଦେବୀ, ସାଂସଦ / କଳାହାଣ୍ଡି, ରୂପ କୁମାରୀ ଚୌଧୁରୀ, ସାଂସଦ / ମହାସମୁନ୍ଦ, ଟଙ୍କଧର ତ୍ରିପାଠୀ, ବିଧାୟକ, ଝାରସୁଗୁଡା ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି। ସାଂସଦମାନେ ଗଠନମୂଳକ ଆଲୋଚନାରେ ଭାଗନେଇ ରେଳ ଭିତ୍ତିଭୂମି ବୃଦ୍ଧି ତଥା ଏହି ଅଞ୍ଚଳରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ପାଇଁ ସେମାନେ କୃତଜ୍ଞତା ଜଣାଇବା ସହ ଚାଲୁରହିଥିବା ପ୍ରକଳ୍ପର ଗୁରୁତ୍ୱକୁ ଦର୍ଶାଇ ଟ୍ରେନ୍ ସେବା, ଟ୍ରେନ ରହଣି ଏବଂ ଯାତ୍ରୀ ସୁବିଧା ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ। ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡ଼ିକ ହେଲା ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା। ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା।
ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ। ଷ୍ଟେସନ ମାନଙ୍କରେ ଯାତ୍ରୀଙ୍କ ସୁବିଧା ସୁଦୃଢ଼ କରିବା। ଟ୍ରେନ, ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛତା ସମ୍ବନ୍ଧରେ ବିଶେଷ ଧ୍ୟାନଦେବା। ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା। ବିଭିନ୍ନ ଷ୍ଟେସନ ଠାରେ ଟ୍ରେନ ମାନଙ୍କର ରହଣି ବ୍ୟବସ୍ଥା। ଆଞ୍ଚଳିକ ପଣ୍ୟ ପରିବହନ ଚାହିଦା ପୁରଣ କରିବା ସହିତ କ୍ରମାଗତ ଭାବେ ଯାତ୍ରୀବାହୀ ଟ୍ରେନ ଚଳାଚଳ କ୍ଷେତ୍ରରେ ଉନ୍ନତି ଆଣିବା କ୍ଷେତ୍ରରେ ପୂର୍ବତଟ ରେଳପଥର ପ୍ରଚେଷ୍ଟାକୁ ସାଂସଦ ମାନେ ପ୍ରଶଂସା କରିଥିଲେ। ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ତାଙ୍କ ଅଭିଭାଷଣରେ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ମୂଲ୍ୟବାନ ମତାମତ, ଉପଦେଶ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।
ଯାତ୍ରୀ ସେବାରେ ଉନ୍ନତି ଏବଂ ଚାଲୁରହିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଆଲୋକପାତ କରି ଯାତ୍ରୀ ପରିସେବା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ବିଭିନ୍ନ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସ୍ଥିତି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ବିଭାଗୀୟ ଅଧିକାରୀ ଓ ସମ୍ବଲପୁର ରେଳମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ।