ଭୁବନେଶ୍ଵର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ। ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ। ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ। ଏଥିସହ ପାରାଦ୍ଵୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ ବୋଲି ବିଧାନସଭାରେ ବିବୃତ୍ତି ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। 


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଦକ୍ଷା ଯୋଜନାରେ ସେମାନଙ୍କ ଶିକ୍ଷା ଓ ବୈଷୟିକ ତାଲିମ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଛାତ୍ରୀବାସରେ ରଖି ବୃତ୍ତି ଦିଆଯାଉଛି। ଏହାକୁ ପୋଷ୍ଟ ମାଟ୍ରିକ ବୃତ୍ତି ଆକାରରେ ଦିଆଯାଉଛି। ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ବି ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଅଧିକ ସଂଖ୍ଯକ ଏମଏସଏମଇ ପାର୍କ ପ୍ରତିଷ୍ଠା ହେବ। ଏମଏସଏମଇ ୟୁନିଟ୍ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ। ଏମଏସଏମଇ ନୀତି ୨୦୨୨ ଅନୁସାରେ ଶିକ୍ଷିତ ଯନ୍ତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କାମ ଚାଲିଛି। ଯୁବତୀ ଯେପରି ଅଧିକ ରୋଜଗାର ପାଇବେ ସେ ନେଇ ରାଜ୍ୟ ସରକାର କାମ କରୁଛନ୍ତି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ।