Nayagarh Crime News: ପ୍ରେମିକାକୁ ଚିଠି ଦେଲା ବେଳେ ଧରାପଡି଼ଲା ପ୍ରେମିକ, ଆଉ ତା ପରେ...
Nayagarh Crime News: ପ୍ରେମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲାରେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ। ପ୍ରେମିକାକୁ ଚିଠି ଦେଲା ବେଳେ ପ୍ରେମିକାର ଘର ଲୋକଙ୍କ ହାତରେ ଧରା ପଡିଲା ପ୍ରେମିକ। ଆଉ ନିର୍ଧୁମ୍ ମାଡ ବି ଖାଇଲା।
Nayagarh Crime News: ପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ତେବେ, ପ୍ରେମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲାରେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ। ପ୍ରେମିକାକୁ ଚିଠି ଦେଲା ବେଳେ ପ୍ରେମିକାର ଘର ଲୋକଙ୍କ ହାତରେ ଧରା ପଡିଲା ପ୍ରେମିକ। ଆଉ ନିର୍ଧୁମ୍ ମାଡ ବି ଖାଇଲା। ଭାଷା ଅଭାଷାରେ ଗାଳି ବି ଶୁଣିଲା। ଆଉ ଶେଷରେ ଜୀବନ ହାରିଦେଲା। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା କୁଞ୍ଜବନଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ଯୁକ୍ତ ତିନରେ ପଢୁଥିବା ମନମୋହନ ମହାପାତ୍ରଙ୍କ ପୁଅ ଶୁଭମ ମହାପାତ୍ର ଦିର୍ଘ ଦିନ ହେବ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦିର୍ଘ ଦିନ ଧରି ଉଭୟଙ୍କ ପ୍ରେମର ଗାଡି଼ ଆଗକୁ ମାଡି଼ ଚାଲିଥିଲା। କିନ୍ତୁ , ଗତକାଲି ପ୍ରେମିକ ଶୁଭମ କମ୍ପୁଟର କ୍ଲାସ ଯିବା ସମୟରେ ପ୍ରେମିକାକୁ ପ୍ରେମ ପତ୍ର ଦେଇଥିଲା। ଏହି ସମୟରେ ପ୍ରେମିକାର ଘର ଲୋକଙ୍କ ହାତରେ ଧରାପଡିଯାଇଥିଲା।
ପରେ ପ୍ରେମିକାର ପରିବାର ଲୋକେ ପ୍ରେମିକ ଶୁଭମକୁ ଅଟକାଇ ମାଡ଼ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଅପମାନ ସହ୍ୟ ନକରି ପାରି ଶୁଭମ ବିଷ ପିଇ ଆତ୍ମହତ୍ୟା କରି ଦେଇଛି ବୋଲି ଶୁଭମଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ, ଶୁଭମଙ୍କ ମୃତଦେହକୁ ନେଇ ଝିଅ ଘର ସାମ୍ନାରେ ରଖି ନ୍ୟାୟ ପାଇଁ ଦାବି କରି ଧାରଣାରେ ବସିଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ପ୍ରେମିକାର ଘର ଲୋକେ ଫେରାର ହୋଇ ଯାଇଛନ୍ତି।