Odisha News: ଘରେ ବସି ଅନ୍‍ଲାଇନରେ ଏନ୍‍ସିଇଆର୍‍ଟି ପାଠ୍ୟପୁସ୍ତକ କିଣିଲେ ମୂଲ୍ୟ ବଦଳିବ ନାହିଁ। ଯାହା ପାଠ୍ୟପୁସ୍ତକର ସର୍ବୋଚ୍ଚ ବିକ୍ରୟ ମୂଲ୍ୟ ( ଏମ୍‍ଆର୍‍ପି) ଲେଖା ଥିବ ସେତିକିରେ  ଡେଲିଭରୀ ଏଜେଣ୍ଟ ବହି ପହଞ୍ଚାଇବେ। ଏଥିଲାଗି ଇ-କମର୍ସ ପ୍ଲାଟଫର୍ମ ଆମାଜନ୍‍ ସହିତ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ୨୦ ହଜାର ପିନ୍‍କୋଡରେ ଏଣିକି ବିନା କୌଣସି ଝିନ୍‍ଝଟରେ ଏନ୍‍ସିଇଆର୍‍ଟି ବହି ପହଞ୍ଚିବ। ଫଳରେ କଳାବଜାରୀ ତଥା ଉଚ୍ଚ ମୂଲ୍ୟରେ ବିକ୍ରିକୁ ରୋକାଯାଇପାରିବ। ପୁଣି ନକଲି ବହି ପ୍ରସାରଣକୁ ମଧ୍ୟ ରୋକାଯାଇପାରିବ। ବହିର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବର୍ଷ ମନ୍ତ୍ରଣାଳୟ ପକ୍ଷରୁ ବହି ପ୍ରକାଶନକୁ ୩ ଗୁଣା ବଢ଼ାଇ ଦିଆଯାଇଛି। ଖାଲି ପାଠ୍ୟପୁସ୍ତକ ନୁହେଁ ଏନ୍‍ସିଇଆର୍‍ଟି ଛାପୁଥିବା ୨୨୦ କୋଟି ବହି ଏହି ପ୍ଲାଟଫର୍ମ ଜରିଆାରେ ଏମ୍‍ଆର୍‍ପିରେ ଉପଲବ୍‍ଧ ହେବ ବୋଲି ସେ କହିଛନ୍ତି। 


 ସମସ୍ତ ସିବିଏସ୍‍ଇ ସ୍କୁଲ୍‍ ଏନ୍‍ସିଇଆର୍‍ଟି ଦ୍ୱାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ପୁସ୍ତକକୁ ଅନୁସରଣ କରିଥାଆନ୍ତି। ଯଦିଓ ସେମାନେ ଏହି ଢଞ୍ଚାରେ ଅନ୍ୟ କେତେକ ପୁସ୍ତକକୁ ପିଲାଙ୍କ ଲାଗି ପଢ଼ିବାକୁ ନିର୍ଦ୍ଧାରଣ କରିଥାଆନ୍ତି କିନ୍ତ  ସିବିଏସ୍‍ଇ ପାଠ୍ୟକ୍ରମ ଅନୁସାରେ ଏହିସବୁ ବହିକୁ ମୌଳିକ ବହି ଭାବେ ଗ୍ରହଣ କରାଯାଇଏ। ଏଣୁ ଏନ୍‍ସିଇଆର୍‍ଟି ଦ୍ୱାରା ଛାପା ହୋଇଥିବା ବହି କିଣିବାକୁ ପ୍ରିତି ଶିକ୍ଷାବର୍ଷ ଆରମ୍ଭରୁ ଖୋଜା ପଡ଼େ। ହେଲେ ଅନେକ ସମୟରେ ଏ ବହି ଉତ୍ପାଦନ କମ୍‍ ତଥା ବଜାରରେ ଉପବ୍‍ଧ ନହେବା କାରଣରୁ ଅଭିଭାବକମାନେ କଳାବଜାରୀର ଶିକାର ହୋଇଥାଆନ୍ତି। ଏହି ସମସ୍ୟା ଏବେ ଆମାଜନରେ ବହି ଉପଲବ୍ଧ ହେବା ଦ୍ୱାରା କମି ପାରିବ ବୋଲି ଆଶା କରାଯାଇଛି। 


ଏନ୍‍ସିଇଆର୍‍ଟି ଯଦିଓ ଅନେକ କିସମର ବହି ଛାପୁଛି କିନ୍ତୁ ଏସବୁରେ ସବୁଠାରୁ ଆଗରେ ରହିଛି ପାଠ୍ୟ ପୁସ୍ତକ। ଏହା ସମୁଦାୟ ପ୍ରକାଶନର ୯୬% ହୋଇଥାଏ।