NEET PG Exam 2024: ମେଡିକାଲ୍ ପାଠ ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ନିଟ୍ ପିଜି ୨୦୨୪ ପରୀକ୍ଷା ଏବେ ଚଳିତ ବର୍ଷ ଜୁଲାଇକୁ ଘୁଞ୍ଚି ଯାଇଛି।  ପୂର୍ବରୁ ଏହା ମାର୍ଚ୍ଚ ୩ରେ ହେବା ନେଇ ଧାର୍ଯ୍ୟ ହୋଇଥିଲା। (National Board of Examinations in Medical Sciences(NBEMS)ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ ମେଡିକାଲ୍ ସାଇନ୍ସ  ମଙ୍ଗଳବାର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି।  ଏହା ଅନୁସାରେ,  ନିଟ୍ ପିଜି ୨୦୨୪ ପରୀକ୍ଷାକୁ ୩ ମାସ ଘୁଞ୍ଚାଇ ଦିଆଯାଇଛି। କେଉଁ କାରଣରୁ ପରୀକ୍ଷା ତାରିଖ ବଦଳିଲା ତାହାକୁ ନେଇ କିଛି କୁହାଯାଇ ନାହିଁ। ତେବେ, ଏହି ପରୀକ୍ଷାରେ ଅବତିର୍ଣ୍ଣ ହେବାକୁ ଥିବା ପ୍ରାର୍ଥୀମାନେ ଏନବିଇଏମଏସ୍ ରୁ ଓ୍ବବସାଇଟ୍ ( NBEMS websites https://natboard.edu.in and https://nbe.edu.in/.) ଭିଜିଟ୍ କରି ଅଧିକ ବିବରଣୀ ହାସଲ କରିପାରିବେ। ମଙ୍ଗଳବାର ଏନେଇ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାସ୍ ଟେଷ୍ଟ (ନିଟ୍) (NEET PG Exam 2024)  ୨୦୨୪ ଜୁଲାଇ ୭ରେ ପରୀକ୍ଷା ଏବେ ଅନୁଷ୍ଠିତ ହେବ। 


COMMERCIAL BREAK
SCROLL TO CONTINUE READING

ALSO READ : Weather Update: ଏହି ଦିନ ଠାରୁ ରାଜ୍ୟରେ ବଢିବ ଶୀତ! ଆଲର୍ଟ ଜାରି କଲା ପାଣିପାଗ ବିଭାଗ


ପରୀକ୍ଷା ପାଇଁ ଯୋଗ୍ୟତା ନିମନ୍ତେ 'କଟ୍ ଅଫ୍' ତାରିଖ ଅଗଷ୍ଟ ୧୫ ରଖାଯାଇଛି। ଉଲ୍ଲେଖ ଯୋଗ୍ୟ, ବର୍ତ୍ତମାନ  (NEET PG Exam 2024) ନିଟ୍ ପିଜି-୨୦୨୪ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। କୁହାଯାଉଛି ଯେ, ପଞ୍ଚିକରଣ ପୋର୍ଟାଲ୍  ଖୁବଶିଘ୍ର  'ଏନଏଟିବୋର୍ଡ. ଡବ୍ଲୁ. ଇନ୍' (https://exam.natboard.edu.in/communication.php?page=main) ଓ୍ବେବସାଇଟ ରେ ଉପଲବ୍ଧ ହେବ।  ମେଡିକାଲ୍ ପ୍ରାବେଶିକା ପରୀକ୍ଷା ନିମନ୍ତେ ନାମାଙ୍କନ ବେଳେ ଛାତ୍ରଛାତ୍ରୀଙ୍କ ପାଖରେ ଥିବା ଏକ ବୈଠ ଇମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ରହିବା ଜରୁରୀ।  ନିଟ୍ ପିଜି  ୨୦୨୪ ପରୀକ୍ଷା ତାରିଖ ବଦଳିବା ନେଇ ପୂର୍ବରୁ ଅନୁମାନ କରାଯାଉଥିଲା।  ଏହା ଜୁଲାଇ ପ୍ରଥମ ସପ୍ତାହ ଏବଂ କାଉନସେଲିଂ ଅଗଷ୍ଟ ପ୍ରଥମ ସପ୍ତାହ ନେଇ  ଆଶା କରାଯାଉଥିଲା।  ଏବେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଥିବା ବେଳେ କାଉନସେଲିଂ ବାବଦରେ  କୌଣସି ସୂଚନା ଜାରି ହୋଇ ନାହିଁ।