Nandankanan: ଆସନ୍ତାକାଲି ନୂଆବର୍ଷ (New Year 2024)। ଏନେଇ ସବୁଠି ସେଲିବ୍ରେସନ୍ ଆରମ୍ଭ ହୋଇଯାଇଛି । ପବ୍, କ୍ଲବ୍, ବାର ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ନୂଆ ବର୍ଷକୁ (New Year 2024) ସ୍ବାଗତ କରିବା ଲାଗି ସବୁଠି ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । କିଏ ସାଙ୍ଗ ସାଥି ଓ ପରିବାର ସହ ପିକନିକ୍ ଯାଉଛି ତ ଆଉ କିଏ ବଣ ଭୋଜି ପାଇଁ ଯୋଜନା କରୁଛି । ଆସନ୍ତାକାଲି ନୂଆବର୍ଷ ଥିବାରୁ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ମଧ୍ୟ ଭିଡ଼ ହେବ।


COMMERCIAL BREAK
SCROLL TO CONTINUE READING

ALSO READ : Weather Update: ନୂଆବର୍ଷରେ ବଦଳିବ ପାଣିପାଗ, ଶୀତ ପରେ ଆସୁଛି ବର୍ଷା!


ଆସନ୍ତାକାଲି ସୋମବାର ଥିବା ସତ୍ତ୍ବେ ନନ୍ଦନକାନନ ଖୋଲା ରହିବ। ଏହାଦ୍ବାରା ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ବୁଲିପାରିବେ। ଏବଂ ନୂଆବର୍ଷକୁ ଉପଭୋଗ କରିପାରିବେ। ଏବଂ ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ବନ୍ଦ ରହିବ ବୋଲି ନନ୍ଦନକାନନ ବୋଲି ଉପନିର୍ଦ୍ଦେଶ ସନତ କୁମାର ସୂଚନା ଦେଇଛନ୍ତି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ସେହିପରି ଚଳିତ ଥର ଖ୍ରୀଷ୍ଟମାସ୍ ସୋମବାର ପଡିଥିଲେ ବି ସେହିଦିନ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲା ରହିଥିଲା।


ସୂଚନାଯୋଗ୍ୟ, ସାଧାରଣତଃ ସପ୍ତାହର ପ୍ରତି ସୋମବାର ନନ୍ଦନକାନନ (Nandankanan) ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ ।  ଏଥର ନୂଆବର୍ଷରେ ପର୍ଯ୍ୟଟକ ସଂଖ୍ୟା ସାଧାରଣତଃ ଅଧିକ ରହିବା ନେଇ ସମ୍ଭବନା ଥିବାରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ସୋମବାର ନନ୍ଦନକାନନ ଖୋଲା ରଖିବାରୁ ନିଷ୍ପତି ନିଆଯାଇଛି ।  ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ବଡ଼ ଦିନ, ନୂଆବର୍ଷ, ଦଶହରା, ରଜସଂକ୍ରାନ୍ତି ସୋମବାର ପଡୁଥିଲେ ବି ଏହି ଦିନ ନନ୍ଦନକାନନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।