Srimandira: ନୂଆ ବର୍ଷରୁ ଶ୍ରୀମନ୍ଦିର ରେ ଲାଗୁ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା।ବା ହାର କାଠ ଦର୍ଶନ ଶୃଙ୍ଖଳା ପାଇଁ ନିଆଯାଇଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଗରୁଡ ସ୍ତମ୍ଭ ଠାରୁ ବାହାର କାଠ ପରିସର ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ଯାହା ଦ୍ଵାରା ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଶ୍ରଦ୍ଧାଳୁ ମାନେ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ସୁରୁଖୁରୁରେ ବାହାରି ପାରିବେ। ବୃଦ୍ଧ ବୟସ୍କ ,ଶିଶୁ ,ମହିଳା ମାନେ ପୃଥକିକରଣ ଭାବରେ ଗୋଟିଏ ପଟରୁ ସୁଉଚ ରାମ୍ପରେ ଯାଇ କରି ଗୋଟିଏ ଧାଡ଼ି କୁ ବ୍ୟବହାର କରିବା ସହ ଦର୍ଶନ କରି ଅପରପଟରେ ରାମ୍ପ ସାହାଯ୍ୟରେ ଓହ୍ଲାଇ ଫେରି ପାରିବେ। 

 

ଯାହାଫଳରେ ଠେଲା ପେଲା ତଥା ଭିଡ଼କୁ ରୋକାଯାଇ ଶୃଙ୍ଖଳା ଅଣାଯାଇ ପାରିବ। ଭିଡ ଭିତରେ ମହିଳା ଶିଶୁ ଓ ବରିଷ୍ଠ ନାଗରିକ ଅଣ ବିଶ୍ବାସୀ ନହୋଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ି ଟି ବ୍ୟବହାର କରି ଚକା ଆଖି ସାନିଧ୍ୟ ପାଇପାରିବେ। ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟି ଦ୍ଵାରରେ ଓ ପୁରୁଷ ମାନେ ସାତ ପାହାଚ ନିକଟବର୍ତ୍ତୀ ଗାରଦ ଦ୍ଵାରରେ ପ୍ରସ୍ଥାନ କରିପାରିବେ। ତେବେ ଆସନ୍ତା ଜାନୁଆରୀ ୧ ରୁ ଏହି ଦର୍ଶନ ବ୍ୟବସ୍ଥା ନିୟମିତ ଭାବରେ ଲାଗୁହେବା ସହ ଡିସେମ୍ବର ୨୭ ୨୮ ତାରିଖରୁ କ୍ରୀୟାନ୍ଵୟନ ହୋଇ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ମୂଳକ ଭାବରେ ଲାଗୁ ହେବ। ତେବେ ଏହାକୁ ସବୁ ବର୍ଗ ସ୍ଵାଗତ କରିଥିବା ବେଳେ ଭକ୍ତ ମାନେ ମଧ୍ୟ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ଏଥିରେ ସହଯୋଗ କରିବାକୁ ମତ ପ୍ରକାଶ ପାଇଛି।

 

 ତେବେ ଏହାକୁ ପରୀକ୍ଷା ମୂଳକ ଭାବରେ ଯଥେଷ୍ଟ ଆଗୁଆ ଅର୍ଥାତ୍ ଡିସେମ୍ବର ୨୫ ତାରିଖ ସୁଦ୍ଧା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ସେବାୟତ।ଡିସେମ୍ବର ୩୦ ୩୧ରେ ନୂଆ ବର୍ଷ ସମୟ ହୋଇଥିବାରୁ ଏହି ସମୟ ପରୀକ୍ଷା ପାଇଁ କଷ୍ଟକର ହେବ। ଆଗୁଆ ଲାଗୁ ହେଲେ ତ୍ରୁଟି ଥିଲେ ମଧ୍ୟ ସଂଶୋଧନ କରାଯାଇପାରିବ। ତେବେ ଚାରିଦ୍ୱାର ଖୋଲିବା ପରେ ବାହାର ଦର୍ଶନ ଶୃଙ୍ଖଳିତ ହୋଇଥିଲେ ହେଁ ଶ୍ରୀମନ୍ଦିର ଭିତରେ ସୀମିତ ପରିସର ଏବଂ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବାହାର କାଠ ଦର୍ଶନରେ ଠେଲା ପେଲା ଲାଗି ରହିଥିଲା। ଅନେକ ଦର୍ଶନରୁ ବଞ୍ଚିତ ହେଉଥିଲେ। ବିଶେଷ କରି ବୃଦ୍ଧ,ମହିଳା ଙ୍କ ପାଇଁ ଦର୍ଶନ ସହଜ ନଥିଲା। ତେବେ ଏଥିପାଇଁ ପୂର୍ବ ପରିଚାଳନା କମିଟି ର ପରାମର୍ଶ ନେଇ ଓବିଶିଶିକୁ ଦିଆଯାଇଥିଲା ନୂଆ ଦର୍ଶନ ଡିଜାଇନ୍ କରିବାର ଦାୟିତ୍ଵ। ଆବଶ୍ୟକ ସଂଶୋଧନ ସହ ଏବେ ନୂଆକରି ଓବିସିସିର ଡିଜାଇନ୍ କୁ ଅନୁମତି ମିଳିବା ପରେ ପ୍ରକ୍ରିୟା କରଣ ଆରମ୍ଭ ହୋଇଛି। ତେବେ ନୀତି ବହୁଳ ମହାପ୍ରଭୁଙ୍କ ନୀତି ରେ ବ୍ୟାଘାତ ନଘଟିବା ପାଇଁ ମିଳିଛି ପରାମର୍ଶ। 

 

ତେଣୁ ୬ ଥାକିଆ ବ୍ୟବସ୍ଥାରେ କୋଲାପ୍ସିବୁଲ ବ୍ୟାରିକେଡ଼ ପାଇଁ ଡିଜାଇନ୍ ଚୁଡାନ୍ତ ହୋଇଛି। ଯେପରି ନୀତି ସମୟରେ ତାହା ସେହି ଅଞ୍ଚଳରୁ ହଟା ଯାଇ କରିବ। ଯାହାକୁ ସ୍ଵାଗତ କରୁଛନ୍ତି ଭକ୍ତ ସେବାୟତ। ତେବେ ଏହାକୁ ସମ୍ପୂର୍ଣ ଭାବରେ ଲାଗୁ କରାଯିବା ପରେ ହିଁ  ଏହାର ଫାଇଦା ମିଳିପାରିବ ବୋଲି କହିଚନ୍ତି ଭକ୍ତ। ନୂଆ ବ୍ୟବସ୍ଥାରେ ୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ରେ ରହିବ ୬ ,୬ ଇଞ୍ଚ ଉଚ୍ଚତା ପ୍ରାର୍ଥକ୍ୟ ଥିବା ୬ ଟି ଷ୍ଟେପ। ଦୁଇ ପାର୍ଶ୍ଵରେ ରେ ଚଢିବା ପାଇଁ ରହିବ ସୁଉଚ୍ଚ ରାମ୍ପ୍। ଗୋଟିଏ ପାର୍ଶ୍ଵରେ ରାମ୍ପ ରେ ଚଢ଼ି ଧାଡ଼ି ସଦୃଶ ଷ୍ଟେପ୍ ରେ ଦର୍ଶନ କରିବା ସହ ଅନ୍ୟ ପାଶ୍ୱର୍ରେ ଥିବା ରାମ୍ପ ରେ ଓହ୍ଲାଇ ହେବ।