Weather Report: ତିନିଦିନ ହେଲା ସାରା ରାଜ୍ୟରେ ରାଚିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିଛି। ଗୋଟିଏ ଦୁଇଟି ସ୍ଥାନରେ ସ୍ୱାଭାବିକ ଠାରୁ ୧ ରୁ ୨ ଡିଗ୍ରୀ କମ୍ ରହିଛି। ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ବହୁ ପରିମାଣରେ କମିବା ସହ ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ ହୋଇଥିଲା। ଯେତେବେଳେ କି ସମତଳ ଅଞ୍ଚଳ ଭାବେ କେନ୍ଦୁଝର ଗଡ଼ରେ ୯.୪ ଡିଗ୍ରୀ ଥିଲା। ସେହିପରି ଦାରିଙ୍ଗବାଡି଼ରେ ୯.୫, ଫୁଲବାଣୀରେ ୧୦, ଅନୁଗୋଳରେ ୧୦.୬, ସୁନ୍ଦରଗଡରେ ୧୧, କୋରାପୁଟରେ ୧୧.୨ ଡିଗ୍ରୀ ରେକର୍ଡ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ରାଉରକେଲା ଓ ବାଲେଶ୍ୱରରେ ୧୧.୩, ବାରିପଦାରେ ୧୨, ଝାରସୁଗୁଡାରେ ୧୨.୪, ଭବାନୀପାଟଣାରେ ୧୩, ସୋନପୁରରେ ୧୩.୩, ନବରଙ୍ଗପୁରରେ ୧୩.୫, ଢେଙ୍କାନାଳରେ ୧୩.୭, କେନ୍ଦ୍ରାପଡାରେ ୧୩.୮ ଡିଗ୍ରୀ, ବଲାଙ୍ଗୀରରେ ୧୪, ଚାନ୍ଦବାଲିରେ ୧୪.୧, ନୟାଗଡ଼ ଓ କଟକରେ ୧୪.୫, ଭୁବନେଶ୍ୱରରେ ୧୪.୬ ଡିଗ୍ରୀ, ଭଦ୍ରକରେ ୧୪.୭ ଡିଗ୍ରୀ, ସମ୍ବଲପୁରରେ ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାରେ (Kandhamal District) ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଛି। 


ଜିଲ୍ଲାର ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା (Lowest Temperature)  ୭.୨ ଡିଗ୍ରୀ ରେକର୍ଡ ହୋଇଛି। ଦାରିଙ୍ଗବାଡି, ଫୁଲବାଣୀ ବ୍ୟତିତ ରାଇକିଆ, ବ୍ରାହ୍ମଣୀ ଗାଁ, ଦାସିଂଗାଡ଼ି, କୋଟଗଡ, ସୁବର୍ଣ୍ଣଗିରି, ବେଲଘର, ତୁମୁଡିବନ୍ଧ ଓ ବାଲିଗୁଡା ପ୍ରଭୃଚି ଅଞ୍ଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି। ସକାଳ ୧୦ ଟା ପର୍ଯ୍ୟନ୍ତ ଘନ କୁହୁଡି ଅନୂଭୁତ ହେଉଛି। ହଠାତ୍ ଥଣ୍ଡା ପଡ଼ିବାରୁ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ସେହିପରି ଅଦିନିଆ ବର୍ଷା ଛାଡ଼ିବା ପରେ ହଠାତ୍ ରାଜ୍ୟରେ ଥଣ୍ଡା ବଢିବାରୁ ଥଣ୍ଡା ଓ କାଶ ରୋଗୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। 


ସେପଟେ ପାଣିପାଗ ବିଭାଗର (Bhubaneswar Metrological Department) ଆକଳନ ଅନୁସାରେ, ଆଗାମୀ ଦିନରେ ପାରଦ ଆହୁରି ଖସିବା ସହ ଅଧିକ ଥଣ୍ଡା ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ଯେ, ଏବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ଥିତିରେ ରହିଛି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡି ହୋଇପାରେ। ସର୍ବନିମ୍ନ ତାପମାତ୍ରାରେ ଏବେ କୌଣସି ପରିବର୍ତ୍ତନ ହେବ ନାହିଁ। କେତେକ ସ୍ଥାନରେ ୨ ଡିଗ୍ରୀ ଏପଟ ସେପଟ ହୋଇପାରେ। 


Also Read: Constipation during winter:ଶୀତଦିନେ ଏହି ୮ ବଦ ଅଭ୍ୟାସ କରିଥାଏ ପେଟ ଖରାପ


Also Read: Odisha News: ସରକାରୀ ବିଦ୍ୟାଳୟରେ ଅବ୍ୟବସ୍ଥା, ଗୋଦାମ ଗୃହ ଓ ଭୋଜନ ବାରଣ୍ଡାରେ ଚାଲିଛି ପିଲାଙ୍କ ପାଠପଢ଼ା..