ରାଜ୍ୟରେ ୨୪ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର: ମନ୍ତ୍ରୀ
Niramaya centers: ନିରାମୟରେ ପର୍ଯ୍ୟାପ୍ତ ଔଷଧ ଅଛି ନା ନାହଁ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଔଷଧ ଓ ନାପକିନ କିପରି ଠିକ୍ ଭାବେ ସ୍କୁଲରେ ପହଞ୍ଚିବ, ସେ ନେଇ ବି ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ଵର: ଚବିଶ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର। ଏହାର ଯେପରି ଖିଲାପ ନ ହୁଏ ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ। ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ। ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ସମୀକ୍ଷା ବୈଠକର ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଔଷଧ ନିଗମର ଔଷଧ ଠିକ୍ ଭାବେ ନିରାମୟକୁ ପହଞ୍ଚୁଛି କି ନାହିଁ। ନିରାମୟରେ ପର୍ଯ୍ୟାପ୍ତ ଔଷଧ ଅଛି ନା ନାହଁ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଔଷଧ ଓ ନାପକିନ କିପରି ଠିକ୍ ଭାବେ ସ୍କୁଲରେ ପହଞ୍ଚିବ, ସେ ନେଇ ବି ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏହି ସବୁ କାର୍ଯ୍ୟରେ ଖିଲାପ କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।