ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି, ସ୍ଥିତି ଦେଖି ନିଆଯିବ ନିଷ୍ପତି: ମୁଖ୍ୟଯନ୍ତ୍ରୀ
flood situation odisha: ଏବେ ରାଜ୍ୟରେ ବର୍ଷର ପରିମାଣ କମିଛି । ତେଣୁ ରାଜ୍ୟରେ ଏବେ ବନ୍ୟାର ସ୍ଥିତି ନାହିଁ। ଉପର ମୁଣ୍ଡରେ ମହାନଦୀର ଜଳ ସ୍ତର କମୁଛି। ହୀରାକୁଦରେ ଦୁଇଟି ଗେଟ ବନ୍ଦ କରାଯାଇଛି।
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଯାହାକୁ ନେଇ ଲୋକେ ବନ୍ୟା ହେବାର ଆଶଙ୍କା କରୁଛନ୍ତି। ଏହାରି ମଧ୍ୟରେ ଆଜି ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଏକ ବଡ ସୂଚନା ଦେଇଛନ୍ତି। ମୁଖ୍ୟଯନ୍ତ୍ରୀ କହିଛନ୍ତି ଯେ, ଏବେ ରାଜ୍ୟରେ ବର୍ଷର ପରିମାଣ କମିଛି । ତେଣୁ ରାଜ୍ୟରେ ଏବେ ବନ୍ୟାର ସ୍ଥିତି ନାହିଁ। ଉପର ମୁଣ୍ଡରେ ମହାନଦୀର ଜଳ ସ୍ତର କମୁଛି। ହୀରାକୁଦରେ ଦୁଇଟି ଗେଟ ବନ୍ଦ କରାଯାଇଛି। ସ୍ଥିତି ଦେଖି ଆଗକୁ ଆହୁରି ଗେଟ୍ ବନ୍ଦ କରାଯିବ ବୋଲି କହିଛନ୍ତି।
ମୁଖ୍ୟଯନ୍ତ୍ରୀ ଆହୁରି କହିଛନ୍ତି ଯେ, ପିକ୍ ସମୟରେ ମୁଣ୍ଡଳୀରେ ୪ଲକ୍ଷ ୮୫ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଥିଲା। ଏବେ ୪ଲକ୍ଷ ୩୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଆଜି ଲୋୟର ଇନ୍ଦ୍ରର ଦୁଇଟି ଗେଟ୍ ଖୋଲାଯାଇଛି।
ଅନ୍ୟପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆକଳନ କରିବା ସହ ସେହି ଜିଲ୍ଲାମାନଙ୍କ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।