ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍‌ଭିଆଇ ବିଜୟ ବେହୁରିଆ। ଏକ ଲକ୍ଷ ୩୨ ହଜାର ଟଙ୍କା ସହ ଭିଜିଲାନ୍ସ ହାତରେ ଶ୍ରୀ ବେହୁରିଆ ଧରାପଡ଼ିଛନ୍ତି। ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଲେ। ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।


COMMERCIAL BREAK
SCROLL TO CONTINUE READING

ଧରାପଡ଼ି ଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବିନୟ। ଉକ୍ତ ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହିତ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ସେ ଏହି ଟଙ୍କା କେଉଁଠାରୁ ଆଣିଲେ, ସେ ନେଇ ଭିଜିଲାନ୍ସ ପଚରାଉଚରା କରୁଥିବା ଜଣାପଡ଼ିଛି।ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏମ୍‌ଭିଆଇଙ୍କର ଥିବା ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ।