Tribikram Besa: ଚାଲିଛି ପବିତ୍ର ପଞ୍ଚୁକ ବତ୍ର (Panchuka Brata 2023)। ଆଜି ପଞ୍ଚୁକର ତୃତୀୟ ଦିନ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ତ୍ରିବିକ୍ରମ ବେଶ (Tribikram Besa) ଅନୁଷ୍ଠିତ ହୋଇଛି । ଏହି ବେଶରେ ଶ୍ରୀଜିଉ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ (Mahaprabhu) ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଦର୍ଶନ କଲେ ଅପାର ଆନନ୍ଦ ଲାଭ ସହ ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ପଞ୍ଚୁକ ବଡ଼ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଶୁକ୍ଳ ଦ୍ୱିତୀୟା ତିଥିରେ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥିଲେ। ରବିବାର ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ। ସେପଟେ ବଡ଼ ଏକାଦଶୀ ନୀତି ଯୋଗୁଁ ମହାପ୍ରଭୁଙ୍କର ପହୁଡ଼ ନୀତି ହୋଇନଥିଲା। ତେଣୁ ଗତକାଲି ଦ୍ୱାର ଫିଟା ନୀତି ନହୋଇ ମଙ୍ଗଳାଳତୀ ହେବା ପରେ ଦୈନନ୍ଦିନର ନିତିକାନ୍ତି ଆଗକୁ ବଢିଥିଲା। ତେବେ ଆଜି ଶୃଙ୍ଖଳିତ ଭାବେ ନିତି ବଢିଛି । ଭୋର ପ୍ରାୟ ୪ଟା ୧୭ ମିନିଟରେ ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ନିର୍ଦ୍ଧାରିତ ସମୟରେ ହୋଇଛି । ହବିଷ୍ଯାଳୀ ଓ ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କ ବେଶ ଦର୍ଶନର ସୁଯୋଗ ପାଇଛନ୍ତି।


ଏହା ବି ପଢନ୍ତୁ-Weather Update: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା!


ସେପଟେ ଆଜି ହେଉଛି ବଡ଼ ଓଷା (Bada Osha 2023) । ଏହି ଅବସରରେ ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ଏନେଇ ବାବା ଧବଳେଶ୍ଵରଙ୍କ (Baba Dhabaleswar Temple) ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି । ସେଥିପାଇଁ ଆଜି ରାତି ୩ଟାରେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ବିତରଣ କରାଯାଇଛି।