Sabar Srikhetra Koraput to Srikhetra Puri Journey: ଶାବରୀ ଶ୍ରୀକ୍ଷେତ୍ର ଧାମରୁ ପୁରୀ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମକୁ ପଦଯାତ୍ରାରେ ବାହାରିଛନ୍ତି ୫ ଜଣ ଯୁବକ। ପୁରୀ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ସୁଦୂର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର କେନ୍ଦୁଗୁଡା ଗ୍ରାମରୁ ନଭେମ୍ବର ୧ ତାରିଖରୁ ଖାଲିପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଥିଲେ ୫ ଜଣ ଜଣ ଶ୍ରଦ୍ଧାଳୁ। ଯାତ୍ରାର ନବମ ଦିନରେ ସେମାନେ ଗଜପତି ଜିଲ୍ଲାର ମୋହନା  ଅତିକ୍ରମ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀକ୍ଷେତ୍ର ଧାମକୁ ପଦଯାତ୍ରାରେ ବାହାରିଥିବା ସେହି ୫ ଜଣ ଶ୍ରଦ୍ଧାଳୁ ବୋଲବମ ଭକ୍ତଙ୍କ ଭଳି ପୋଷାକ ପରିଧାନ କରିଥିବା ବେଳେ ହାତରେ ତୁଳସୀ ସହ ବାନା ଧରିବା ଏବଂ ତୁଣ୍ଡରେ ଜୟ ଜଗନ୍ନାଥଙ୍କ ଧ୍ଵନି। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଆମେ ସେମାନଙ୍କ ସହ ଆଲୋଚନା କରିବାରେ ଜଣାପଡିଥିଲା ଯେ, ନେତ୍ରାନନ୍ଦ ଜଣେ ଜଗନ୍ନାଥଙ୍କ ପରମ ଶ୍ରଦ୍ଧାଳୁ ଏବଂ ଅନ୍ୟ ୪ ଜଣ ହେଉଛନ୍ତି ସହଯୋଗୀ। କେନ୍ଦୁଗୁଡା ଗ୍ରାମର ନେତ୍ରାନନ୍ଦ ନାୟକ ପିଲା ଦିନୁ ଶ୍ରୀକ୍ଷେତ୍ର ଧାମ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାର ଆଶା ଅଭିଳାଶ ରଖିଛନ୍ତି। ଏଥିପାଇଁ ବହୁତ କଷ୍ଟରେ ଅର୍ଥ ଯୋଗାଡ଼ କରି ଦୁଇ ଦୁଇ ଥର ବାହାରିଥିଲେ ଜଗା ଦର୍ଶନ ପାଇଁ ହେଲେ କୌଣସି ଅସୁବିଧା କାରଣରୁ ଆଜି ପର୍ଯ୍ୟନ୍ତ ତାହା ସଫଳ ହୋଇ ପାରିଲାନାହିଁ। 


ଭଗବାନଙ୍କୁ ମନରେ ସ୍ମରଣ କରି ଏଥର ପାଦରେ ଚାଲି ଚାଲି ଯିବାକୁ ପ୍ରୟାସ କରିଛନ୍ତି। ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି ୪ ଜଣ ସାଙ୍ଗ। ଦିନକୁ ୪୦- ୪୫ କିମି ଅତିକ୍ରମ କରୁଥିବା ବେଳେ ଏବେ ପ୍ରାୟ ୩୦୦ କିମି ଅତିକ୍ରମ କରିସାରିଥିବା କହିଛନ୍ତି ନେତ୍ରାନନ୍ଦ। ନିଜ ଗ୍ରାମ ଠାରୁ ପୁରୀ ଶ୍ରୀକ୍ଷେତ୍ର ଧାମ ପ୍ରାୟ ୫୦୦ କିମି ହେବ। ରାସ୍ତା ମଧ୍ୟରେ ରାତି ହେଲେ ଯେକୌଣସି ମନ୍ଦିର ଆସ୍ଥାନ ଦେଖି ବିଶ୍ରାମ କରୁଥିବା ସହଯୋଗୀ କହିଛନ୍ତି। ଅନେକଙ୍କ ଗୋଡ଼ରେ ଫୋଟକା ହୋଇଥିବା ଦେଖିବାକୁ ମିଳିଛି। ହେଲେ ତଥାପି ପୁରୀ ଠାରେ ପହଞ୍ଚିବାକୁ ଆହୁରି ୫ ଦିନ ଲାଗିବ। ଏଥିପାଇଁ ସେମାନେ ଦୃଢ଼ ଇଚ୍ଛା ସହ ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି।