5T Chairman reviewed progress of Shri Mandir Parikrama Project: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଶନବାର ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭୋର୍ ଚାରିଟାରୁ ସକାଳ ଛଅଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ନୂଆ ଦାୟିତ୍ଵ ଗ୍ରହଣ କରିବା ପରେ ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଏହା  ଥିଲା  ପ୍ରଥମ  ସମୀକ୍ଷା ବୈଠକ।


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିବାକୁ ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଯାହା ନୂଆବର୍ଷରେ ଭକ୍ତଙ୍କୁ ଏକ ନୂଆ ଅନୁଭବ ଦେବ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀକ୍ଷେତ୍ରରେ ରହିଥିବା ବିଭିନ୍ନ ମଠର ପୁନଃରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି  ସହ  ଜଡିତ  ବିଭିନ୍ନ  ଦେଶୀୟ ବୃକ୍ଷ ତଥା ଗଛ ଲତା ଲଗାଇବାକୁ ପରାମର୍ଶ ଦେଇଥିଲେ। ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିରର ଚାରି ଦ୍ଵାର କାମ  ମଧ୍ୟ ବୁଲି ଦେଖିଥିଲେ ୫ଟି ଅଧ୍ୟକ୍ଷ।
 
ସ୍ଥାନୀୟ ଲୋକଙ୍କ ବିଧା ଲାଗି ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ  ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ସୁବିଧାର ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ୫ଟି ଅଧ୍ୟକ୍ଷ।


ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ପ୍ରମୋଦ  ଉଦ୍ୟାନ ଏବଂ ଶ୍ରୀ ସେତୁ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ କାମ ଶେଷ  କରିବାକୁ ନିର୍ଦେଶ ଦେଇଥିଲେ। ଏନେଇ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫ଟି ଅଧ୍ୟକ୍ଷ ଏବଂ ଆମ ଓଡ଼ିଶା ନବୀନ  ଓଡ଼ିଶା  ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ୫ଟି ଅଧ୍ୟକ୍ଷଙ୍କ ପୁରୀ ଗସ୍ତ ସମୟରେ ଜିଲ୍ଲାପାଳ, ଏସପି, ଓବିସିସି ପରିଚାଳନା ନିର୍ଦ୍ଦେଶକ ଏବଂ ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାର ଉପସ୍ଥିତ ରହିଥିଲେ।