OHC Judge Take Oath: ସେପ୍ଟମ୍ବର ୫ ତାରିଖ ମଙ୍ଗଳବାର ଶପଥ ନେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨ ଜଣ ନବନିଯୁକ୍ତ ବିଚାରପତି। ଆଇନଜୀବୀ ଶିବ ଶଙ୍କର ମିଶ୍ର ଏବଂ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିବା ପରେ ଉଭୟଙ୍କୁ ମୁଖ୍ୟ ବିଚାରପତି ଉଭୟଙ୍କୁ ଶପଥ ପାଠ କରାଇଛନ୍ତି। ଓଡ଼ିଶା ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ  ସମାରୋହ ଆୟୋଜିତ ହୋଇଥିଲା। ରାଷ୍ଟ୍ରପତି ଭବନରୁ ଜାରି ହୋଇଥିବା ୱାରେଣ୍ଟ ପ୍ରଥମେ ଗୃହ ସଚିବ ପାଠ କରିବା ପରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଆଇନଜୀବୀ ଶିଵ ଶଙ୍କର ମିଶ୍ର (SC Advocate Sibo Sankar Mishra) ୧୯୯୧ ମସିହାରେ ଓକିଲାତି ପେସାକୁ ଆପଣେଇ ଥିଲେ। ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅନୁଭୂତି ରହିଛି। ଦେୱାନୀ, ଫୌଜଦାରୀ, ଚାକିରି (Civil, Criminal, Employment) ସମ୍ପର୍କିତ ଆଇନରେ ତାଙ୍କ ସ୍ବତନ୍ତ୍ର ଦକ୍ଷତା ରହିଛି। ସୁପ୍ରିମକୋର୍ଟ (Supreme Court) ଠାରେ ସେ ଓଡ଼ିଶା ହାଇକୋର୍ଟ (Odisha High Court) ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଆଇନଜୀବୀ (Public Prosecutor for Govt of India) ଭାବେ ମାମଲା ପରିଚାଳନା କରୁଛନ୍ତି। ତାଙ୍କର ଅତି ଉତ୍ତମ ବ୍ୟକ୍ତିଗତ ଏବଂ ପେସାଗତ ଭାବମୂର୍ତ୍ତି ରହିଛି। ଆଇନଜୀୀବୀ ମିଶ୍ର ଜୟପୁର ଠାରେ ୧୯୬୮ ମସିହା ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। କୋରାପୁଟ ସ୍ଥିତ ଜୟପୁର ଆଇନ ମହାବିଦ୍ୟାଳୟରୁ (Jeypore Law College) ସେ ଏଲଏଲବି ଡିଗ୍ରି (LLB Degree) ହାସଲ କରିଥିଲେ। ୧୯୯୧ ମସିହାରୁ ସେ ସୁପ୍ରିମକୋର୍ଟ ଠାରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। 


ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ (Judicial Officer Ananda Chandra Behera) ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଉତ୍ତମ ବ୍ୟକ୍ତିଗତ ଏବଂ ପେସାଗତ ଭାବମୂର୍ତ୍ତି ରହିଛି। ୧୯୬୪ ମସିହା ମେ ୨୩ ତାରିଖରେ ବାଲେଶ୍ଵର ଠାରେ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଉଭୟ ଦେୱାନୀ ଏବଂ ଫୌଜଦାରୀ ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ। ୨୦୦୪ ମସିହାରେ ସେ ଫାଷ୍ଟଟ୍ରାକ ବିଚାରପତି (First Track Court Judge of Odisha) ଭାବେ ଯୋଗ ଦେଇଥିଲେ। ୨୦୧୩ ବର୍ଷରେ ଜିଲ୍ଲା ଜଜ୍ ରେଗୁଲାର କ୍ୟାଡ଼ର (District Judge Regular Cadre) ରେ ଯୋଗ ଦେଇଥିଲେ। କଟକ, ଭୁବନେଶ୍ୱର, ସୁନ୍ଦରଗଡ଼, ରାଉରକେଲା, ଧର୍ମଗଡ଼ ଠାରେ ଅତିରିକ୍ତ ଜିଲ୍ଲା ଜଜ୍ (Additional District Judge) ଭାବେ କାର୍ଯ୍ୟ କରିଛନ୍ତି। 


ସେ ଜଗତସିଂହପୁର ଏବଂ ବ୍ରହ୍ମପୁର ଠାରେ ଜିଲ୍ଲା ଜଜ୍ (District Judge Odisha) ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ରାଜ୍ୟରେ ଜଣେ ଲୋକପ୍ରିୟ ବିଚାର ବିଭାଗୀୟ ଅଧିକାରୀ ଭାବେ ତାଙ୍କର ସୁନାମ ରହିଛି। ସେପ୍ଟମ୍ବର ୫ ତାରିଖରେ ୨ ଜଣ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ (Odisha High Court Judges) ସଂଖ୍ୟା ୨୨ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ସମସ୍ତ ବିଚାରପତି, ଆଡ଼ଭୋକେଟ ଜେନେରାଲ ସହ ବହୁ ସଂଖ୍ୟକ ଆଇନଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।