ଭୁବନେଶ୍ୱର: ଆସନ୍ତା କାଲି ବିଧାନସଭାର ମୌସୁମୀ ଅଧିବେଶନ (Seasonal Session of the Legislative Assembly) ଆରମ୍ଭ ହେବ। ଅନେକ ପ୍ରସଙ୍ଗ ଭିତରେ ଏହି ଅଧିବେଶନ ସରଗରମ ରହିବ ବୋଲି ଆଶା କରାଯାଇଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅସନ୍ତାଷ ଜାହିର କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁଯାଇ ବିକ୍ଷୋଭ ଧାରଣା ଜାରି ରହିଛି। ଏହିକ୍ରମରେ ବିଧାନସଭା ଓ ଆଖବାଖ ଅଞ୍ଚଳରେ ସୁରକ୍ଷା ପୁଲିସ ପାଇଁ ଏକ ଆହ୍ୱାନ ରହିଛି। ଏଣୁ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ସହ ସିସିଟିଭି ମାଧ୍ୟମରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି। ଏନେଇ ପୁଲିସ ସୁରକ୍ଷା ବାବଦରେ ସମୀକ୍ଷା କରିଛନ୍ତି ପୁଲିସ ଡିଜି ସୁନୀଲ୍‍ ବଂଶଲ (police dg sunil bansal)। 


COMMERCIAL BREAK
SCROLL TO CONTINUE READING

ଆସନ୍ତା କାଲି ସକାଳେ ପ୍ରଥମେ ବାଚସ୍ପତି ନିର୍ବାଚନ ଓ ଶପଥଗ୍ରହଣ ପରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏଥିଲାଗି ଆବଶ୍ୟକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ପକ୍ଷରୁ ପ୍ରମିଳା ମଲ୍ଲିକ (pramila mallik) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ଯଦି ଆଉ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରନ୍ତି ତେବେ ପ୍ରମିଳା ରାଜ୍ୟର ପ୍ରଥମ ମହିଳା ବାଚସ୍ପତି (First woman speaker) ଭାବେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ  ନିର୍ବାଚିତ ହେବେ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି,  ୫ଟି ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେଶାଲ ୟୁନିଟ  ରହିବେ। ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ।। ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଛି। ରାଲି ଓ ଧାରଣ ଉପରେ ନଜର ରଖାଯାଇଛି। ପୂରା ଧାରଣାସ୍ଥଳ ସିସିଟିଭି ସର୍ଭିଲାନସରେ ରହିବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି।


Also Read- Indian railway: ରେଳ ଦୁର୍ଘଟଣାର ଶିକାର ଲୋକଙ୍କୁ ମିଳିବ ୧୦ ଗୁଣ ଅଧିକ କ୍ଷତି ପୂରଣ, ଜାଣନ୍ତୁ କାହାକୁ ମିଳିବ କେତେ?