ଦୁଇ ଦିନିଆ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ପ୍ରତି ଅବହେଳାକୁ ନେଇ ଦେଲେ ଏଭଳି ସୂଚନା
Balangir district has been neglected: ବଲାଙ୍ଗିର ଜିଲ୍ଲା ଦାଦନ ମୁକ୍ତ ହେବ। ବଲାଙ୍ଗିର ନୂଆ ଇଣ୍ଡଷ୍ଟ୍ରି ମଧ୍ୟ ହେବ। ସରକାରଙ୍କ ନଜର ରେ ଅଛି ମହାନଦୀ ବିବାଦ ଘଟଣା। ଦୁଇ ଥର ଛତିଶଗଡ଼ ସରକାର ସହ ଆଲୋଚନା ସରିଛି। ଆନିକଟ,ବ୍ୟାରେଜ କିଭଳି ତ୍ବରାନ୍ବିତ ହେବ ସେନେଇ ରାଜ୍ୟ ସରକାର ସଜାଗ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଫେରିବା ପୂର୍ବରୁ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲାର ବିକାଶ ତଥା ଆଗକୁ କଣ ଭିଜନ ରହିଛି ସେନେଇ ସୂଚନା ଦେଇଛନ୍ତି। ଆଗରୁ ବଲାଙ୍ଗିରକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ ଆମ ସରକାର ସମସ୍ତ ଅସମାନତା ଦୂର କରି ଜିଲାକୁ ସମୃଦ୍ଧ ଓ ବିକଶିତ ଜିଲା କରିବାକୁ ପ୍ରାଥମିକତା ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାର ବଲାଙ୍ଗୀର ସର୍କିଟ ହାଉସ ଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି।
ସ୍ବାସ୍ଥ୍ୟ କ୍ଷେତ୍ରରେ ଶହେ ପ୍ରତିଶତ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ବର୍ଷେ ଭିତରେ ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। ବଲାଙ୍ଗିର ଜିଲ୍ଲା ଦାଦନ ମୁକ୍ତ ହେବ। ବଲାଙ୍ଗିର ନୂଆ ଇଣ୍ଡଷ୍ଟ୍ରି ମଧ୍ୟ ହେବ। ସରକାରଙ୍କ ନଜର ରେ ଅଛି ମହାନଦୀ ବିବାଦ ଘଟଣା। ଦୁଇ ଥର ଛତିଶଗଡ଼ ସରକାର ସହ ଆଲୋଚନା ସରିଛି। ଆନିକଟ,ବ୍ୟାରେଜ କିଭଳି ତ୍ବରାନ୍ବିତ ହେବ ସେନେଇ ରାଜ୍ୟ ସରକାର ସଜାଗ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖବରଦାତା ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ଲୋକସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ, ଜିଲାପାଳ ଗୌରବ ଶିଓ୍ବାଜୀ ଇସଲଓ୍ବାର, ଏସ୍ପି ଋଷିକେଶ ଡାନଦେଓ ଖିଲାରୀ, ଭାଜପା ଜିଲା ସଭାପତି ଶିବାଜୀ ମହାନ୍ତି ଓ ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।