Jagannath Sena Odisha Bandh: ଆସନ୍ତା ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଥିଲା ଜଗନ୍ନାଥ ସେନା। ମାତ୍ର ଏବେ ବନ୍ଦ ଡାକରାରୁ ଓହରି ଯାଇଛି ସେନା। ଭକ୍ତଙ୍କ ଲାଗି ଶ୍ରମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ରତ୍ନ ଭଣ୍ଡାର ଖୋଲି ସ୍ୱର୍ଣ୍ଣାଳଙ୍କାରର ମଣତି କରିବା ଦାବିରେ ଓଡିଶା ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ ଜଗନ୍ନାଥ ସେନା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏବଂ ଜଗନ୍ନାଥ ସେନା ମଧ୍ୟରେ ସେପ୍ଟମ୍ବର ୨୫ ତାରିଖ ବସିଥିବା ବୈଠକରେ ସହମତି ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବ ଜଗନ୍ନାଥ ସେନା। 


COMMERCIAL BREAK
SCROLL TO CONTINUE READING

ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଶା ବନ୍ଦ ଆନ୍ଦୋଳନକୁ ସ୍ଥଗିତ (Jagannath Sena Odisha Bandh Postponed) କରାଯାଇଛି। ଗତକାଲି ବୈଠକ ବିଫଳ ହୋଇଥିବା ବେଳେ ସୋମବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ (Deputy Chief Administrator of Shrimandir) ତଥା ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ (Srimandir Administration) ପକ୍ଷରୁ ଜିଲ୍ଲାପାଳ ଲିଖିତ ପ୍ରତିଶୃତି ଦେବା ପରେ ଦେଇଥିବା ଆନ୍ଦୋଳନ ଡାକରାରୁ ଓହରିଯାଇଛି ଜଗନ୍ନାଥ ସେନା (Jagannath Sena Odisha)। ସେପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା କାରଣରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାଡ଼ ହୋଇଯାଛି। ଏଣୁ ଚାରି ଦ୍ୱାର ପ୍ରବେଶ ଭକ୍ତଙ୍କ ଲାଗି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନ୍ତତଃ ପରିକ୍ରମା ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଜଗନ୍ନାଥ ସେନା (Jagannath Sena Puri)। 


ଗତକାଲି ରାଜ୍ଯରୁ ଆସିଥିବା ପ୍ରତିନିଧିମଣ୍ଡଳୀଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକ (Jagannath Sena Convenor Priyadarshan Patnaik)। ଜଗନ୍ନାଥ ସେନାର ପ୍ରତିନିଧିମଣ୍ଡଳୀ (Jagannath Sena Delegation Visited Srimandir) ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସମୟରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାଡ଼ ରହିଥିବାର ଦେଖିବାକୁ ପାଇଥିଲେ। ଯାହା ଭକ୍ତଙ୍କ ପ୍ରତି ବିପଦ ସୃଷ୍ଟି କରିବ। ଏଣୁ ଶ୍ରୀମନ୍ଦିର ପ୍ରଶାସନ (Srimandir Administration) ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ମାନିନେଇଛି ସେନା। ମାତ୍ର ଏହା ଶୀଘ୍ର ନସରିଲେ ପୁନର୍ବାର ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଛି ଜଗନ୍ନାଥ ସେନା। 


ସେପଟେ ଶ୍ରୀମନ୍ଦିର ପ୍ରଶାସନ (Shree Jagannath Temple Administration) ପକ୍ଷରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା (Puri Collector Samarth Verma) ମଧ୍ୟ ଲିଖିତ ପ୍ରତିଶୃତି ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିଲେ ସ୍ଥିତି ଦେଖି ଚାରି ଦ୍ୱାର ଖୋଲିବା ଉପରେ ପରିଚାଳନା କମିଟି ନିସ୍ପତ୍ତି ନେବ। ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଯେହେତୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଏବେ ହାଇକୋର୍ଟ ଠାରେ ବିଚାରାଧିନ ରହିଛି। ଏଣୁ କୋର୍ଟ ନିର୍ଦ୍ଦେଶକୁ ସମ୍ମାନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ।