Bharat Jodo Nyay Yatra: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସି ମଙ୍ଗଳବାର ଓଡ଼ିଶାରେ ପହଁଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଗସ୍ତର ଦ୍ବିତୀୟ ଦିନ ହୋଇଥିବା ବେଳେ ରାଉରକେଲାରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ ।  ବେଦବ୍ୟାସ ମନ୍ଦିରରେ ଦର୍ଶନ ପରେ ଯାତ୍ରା ଆରମ୍ଭ କରିବେ ରାହୁଲ । ଉଦିତନଗରରୁ ପାନଷୋପ ଛକ ଯାଏଁ ୩ କିଲୋମିଟର ପଦଯାତ୍ରା କରିବେ । ସେଠାରେ ସକାଳ ୧୦ଟାରେ ରାହୁଲ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହାପରେ ରାଜଗାଙ୍ଗପୁର ରାଣୀବନ୍ଧ ନିକଟ ବିର୍ସା ମୁଣ୍ତା ପଡ଼ିଆରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହୋଇ କୁତ୍ରା ପରେ ବଡ଼ଗାଁଠାରେ ରାହୁଲ ଜନସାଧାରଣଙ୍କୁ ଉଦବୋଧନ ଦେବେ ।


COMMERCIAL BREAK
SCROLL TO CONTINUE READING

ପରେ ସେଠାରୁ ବାହାରି ୬୦ କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ତ ଛକରେ ଅପରାହ୍ନ ସାଢେ ୪ଟାରେ ପହଁଞ୍ଚିବ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ସନ୍ଧ୍ୟାରେ ଜନସଭାକୁ ସମ୍ବୋଧିତ କରିବା ପରେ ଝାରସୁଗୁଡ଼ା ଅଭିମୁଖେ ବାହାରି ଅମଲିପାଲିଠାରେ ରାତ୍ରିରହଣି କରିବେ ରାହୁଲ । ପରେ ୮ ତାରିଖ ସକାଳେ ଝାରସୁଗୁଡ଼ା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଯାଏଁ ଚାଲିବ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଅପରାହ୍ନରେ ଓଡ଼ିଶା- ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ । ପ୍ରକାଶ ଥାଉ କି, ମଙ୍ଗଳବାର ଝାଡ଼ଖଣ୍ତ  ଦେଇ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବୀରମିତ୍ରପୁରଠାରେ ପହଁଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ କର୍ମୀ ଓ ନେତା ଭବ୍ୟ ସ୍ବାଗତ କରିଥିଲେ ।


Also Read-Chakradhari Sharan Singh: ଆଜି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ


Also Read- Odisha News: ଫାଇଲେରିଆ ନିରାକରଣ ପାଇଁ ଆସନ୍ତା ୧୦ରୁ ୭ ଜିଲ୍ଲାରେ ସାମୂହିକ ଔଷଧ ସେବନ